ଭାରତୀୟ ଜନତା ପାର୍ଟି ମଣ୍ଡଳ ପ୍ରସ୍ତୁତି ବୈଠକ
କଳାହାଣ୍ଡି, ୦୬/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଢ଼ ଙ୍କ ଅନୁମୋଦନ କ୍ରମେ ବିଶ୍ୱନାଥପୁର ମଣ୍ଡଳ ସମସ୍ତ ମୋର୍ଚ୍ଚା ଓ ବିଭିନ୍ନ ସେଲର ସମସ୍ତ ସଂଯୋଜଗ ଙ୍କ ନାମ ଘୋଷଣା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଣ୍ଡଳ ସଭାପତି ତୁଳସୀ ମାଝୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ସଭାରେ ଲାଞ୍ଜିଗଡ ବ୍ଲକ ଅଧକ୍ଷ କମଳା ପାତ୍ର, ସମାଜ ସେବି ହରିଶଙ୍କର ପାତ୍ର,ବରିଷ୍ଠ କର୍ମକର୍ତା ଲକ୍ଷ୍ମୀଧର ଛୋଟରାୟ ଉପସ୍ଥିତ ରହି ଥିବା ବେଳେ ବିଶ୍ୱନାଥ ପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି ସମସ୍ତ ସଂଯୋଜକ ଙ୍କ ନାମ ଘୋଷଣା କରିଥିଲେ l ସଭାରେ ଯୁବ ମୋର୍ଚ୍ଚା ଭାବେ ସଞ୍ଜୟ ଛତ୍ରୀୟା, ମହିଳା ମୋର୍ଚ୍ଚା ରେ ଭାନୁମତି ଘଡେଇ, କୃଷକ ମୋର୍ଚ୍ଚା କନ୍ଦର୍ପ ନାଏକ, ST ମୋର୍ଚା ବଳରାମ ମାଝୀ, OBC ମୋର୍ଚ୍ଚା ମିଲନ କୁମାର ମହାପାତ୍ର, SC ମୋର୍ଚ୍ଚା ପିଙ୍କୁ ନାଏକ, ମାଇନୋରୀଟି ମୋର୍ଚ୍ଚା କୈଳାସ କଂସାରୀ, ମଣ୍ଡଳ ଉପ ସଭାପତି ରଶ୍ମି ରଞ୍ଜନ ମହାନ୍ତି, ଶକ୍ତି କେନ୍ଦ୍ର ପ୍ରମୁଖ ଉଆଁସୁ ପରାଭୋଇ, ଆଇ ଟି ସେଲ କୋଡିନେଟର ଗୌତମ କୁମାର ନାଗ, ମିଡ଼ିଆ ସେଲ କୋଡିନେଟର ଶେଖର ସୁମନ ଦାଶ, ସୋସିଆଲ ମିଡ଼ିଆ କୋଡିନେଟର ଅମରେଶ କୁମାର ବୁଦ୍ଧିଆ, ସୋସିଆଲ ମିଡ଼ିଆ ସବ କୋଡିନେଟର ବବଲୁ ଶିକା ଙ୍କ ନାମ ଘୋଷଣା କରା ଯାଇ ଥିଲା I
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ll