Hot Posts

6/recent/ticker-posts

ସିନାପାଲିରେ ଟୀକାକରଣରେ ଅବହେଳା ଅଭିଯୋଗ, ଶିଶୁମାନଙ୍କ ଶରୀରେ ଫୁଲା ଓ ବେଦନା

ସିନାପାଲି, ୦୬/୦୫ ( ପରମେଶ୍ୱର ମେହେର ) : ଶିଶୁ ସୁରକ୍ଷା ପାଇଁ ସରକାର ଙ୍କ ଚାଲିଥିବା ଟୀକାକରଣ କାର୍ଯ୍ୟକ୍ରମରେ ଗୁରୁତର ଅବହେଳାର ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିନାପାଲି ଅଞ୍ଚଳରେ ମହିଳା ସ୍ଵାସ୍ଥ୍ୟ କର୍ମୀ ଙ୍କ ଅସାବଧାନତା ଯୋଗୁଁ ପ୍ରାୟ ୭ରୁ ୮ ଜଣ ଶିଶୁଙ୍କ ଟୀକା ଦିଆଯାଇଥିବା ସ୍ଥାନରେ ଗଭୀର ଫୁଲା ଓ ଯନ୍ତ୍ରଣା ଦେଖିବାକୁ ମିଳିଛି।ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗ୍ରାମରେ ନିୟମିତ ଟୀକାକରଣ କ୍ୟାମ୍ପ ଆୟୋଜିତ ହୋଇଥିଲା। କିନ୍ତୁ ଟୀକା ପ୍ରଦାନ ସମୟରେ ସଠିକ୍ ପ୍ରକ୍ରିୟା ଅନୁସରଣ ନ କରିବା, ସ୍ୱଚ୍ଛତାର ଅଭାବ କିମ୍ବା ଟୀକା ପ୍ରୟୋଗର ଭୁଲ ଟେକ୍ନିକ୍ ଯୋଗୁଁ ଏହି ସମସ୍ୟା ଘଟିଥିବା ଅଭିଯୋଗ ଉଠିଛି । ଟୀକା ନେଇଥିବା ଶିଶୁମାନଙ୍କ ଜଂଘ ରେ ଫୁଲା ଓ ଲାଲ୍ ହେବା ସହ ଯନ୍ତ୍ରଣା ବୃଦ୍ଧି ପାଇଛି। ଏହି ଘଟଣା ପରେ ଶିଶୁମାନଙ୍କର ଅଭିଭାବକମାନେ ଭୟ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଛି ଅଭିଭାବକ କହିଛନ୍ତି ଯେ, ଟୀକା ପରେ ଶିଶୁମାନେ ଅଧିକ କାନ୍ଦୁଥିଲେ ଏବଂ ଶରୀରରେ ଯନ୍ତ୍ରଣା ବଢ଼ି ଯାଉଥିଲା, ଯାହା ତାଙ୍କୁ ଚିନ୍ତିତ କରିଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ସ୍ୱାସ୍ଥ୍ୟ ବିଭାଗ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି । ସେମାନେ ଦାବି କରିଛନ୍ତି ଯେ, ଦୋଷୀ ମହିଳା ସ୍ଵାସ୍ଥ୍ୟ କର୍ମୀ ଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ ଏବଂ ଭବିଷ୍ୟତରେ ଏପରି ଅବହେଳା ପୁନରାବୃତ୍ତି ନ ହେଉ ଏବଂ ସଠିକ୍ ବ୍ୟବସ୍ଥା ନିଆଯାଉ। ଅନ୍ୟପଟେ, ସ୍ଵାସ୍ଥ୍ୟ ବିଭାଗର କର୍ତ୍ତୃପକ୍ଷ କହିଛନ୍ତି ଯେ ଏଥ୍ ପ୍ରତି ତଦନ୍ତ ହେବ ଏବଂ ସ୍ୱାସ୍ଥ୍ୟ କର୍ମୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖୁଛନ୍ତି (ସରକାର ଦ୍ବାରା ଚାଲିଥିବା ଟୀକାକରଣ ଯୋଜନା ଶିଶୁମାନଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ଦେବା ପାଇଁ ଅତ୍ୟନ୍ତ ଜରୁରୀ । କିନ୍ତୁ ଏପରି ଅବହେଳା ଘଟଣା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଓ ଦାୟିତ୍ବବୋଧ ସହ କାମ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏବେ ଦେଖୁବାର ଅଛି ପ୍ରଶାସନ ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ଘଣ୍ଟl ଘୋଡେଇ ସବୁ ଦୋଷ କ୍ଷମା କରିଦେବ ।