ବିଜୁ ଜନତା ଦଳ ପକ୍ଷରୁ ଜୁନାଗଡ ନିର୍ବାଚନ ମଣ୍ଡଳୀ,ନାରୀ ଅଧିକାର ଅଭିଯାନ
ଜୁନାଗଡ, ୨୬/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ୨୬/୦୫/୨୦୨୬ ରିଖ ମଙ୍ଗଳବାର ଦିନ ବିଜୁ ଜନତା ଦଳ ପକ୍ଷରୁ ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବିଶାଳ ଜନସମାଗମ ରେ ନାରୀ ଅଧିକାର ଅଭିଯାନ ଆରମ୍ଭ ହୋଇଥିଲା । ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରୁ ଜୁନାଗଡ ବ୍ଲକ ଅଫିସ ପର୍ଯ୍ୟନ୍ତ ପଦ ଯାତ୍ରା ହୋଇଥିଲା l ଆଜି ରାଜ୍ୟ ସରକାର ଙ୍କ ଅନେକ କାର୍ଯ୍ୟ କ୍ରମ କୁ ନିନ୍ଦା କରି ନାରା ବାଜି କରି ଓଡ଼ିଶାରେ ବିଜେପି ସରକାର ମହିଳାଙ୍କୁ ୩୩% ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ଓ ନାରୀ ନିର୍ଯାତନା କୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ଏହି ପରିପ୍ରେକ୍ଷୀ ରେ ରାଜ୍ୟ ବିଜେପି ସରକାର ବିରୋଧରେ ""ନାରୀ ଅଧିକାର ଅଭିଯାନ ""ପ୍ରତିବାଦ କରି ""ମହାମହିମ୍ମ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସ୍ମାରକପତ୍ର " ଜୁନାଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ l ଏହି ପ୍ରତିବାଦ ଜୁନାଗଡ଼ ବିଧାୟକ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ଙ୍କ ନେତୃତ୍ୱରେ ହୋଇଥିଲା ,ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦିଶାରି,ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସବିତା ପ୍ରଧାନ,ଓ ମହିଳା ଜୋନ ସଭାପତି, ପୂର୍ବତନ ନାରୀନେତ୍ରୀ ଶ୍ରୀମତୀ ଲଳିତା ନାଏକ, ଜୁନାଗଡ NAC ଚ୍ୟାରମେନ୍ ଶ୍ରୀମତୀ ହିମାଦ୍ରି ନାଏକ,ଜୁନାଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର,ଓ ବିଜୁ ମହିଳା ଜନତା ଦଳର ସମସ୍ତ କର୍ମକର୍ତ୍ତା,ବରିଷ୍ଠ ନେତୃବୃନ୍ଦ ମଣ୍ଡଳୀ ,ବିଜେଡି ଯୁବ,ଛାତ୍ର, ମହିଳା ର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇ ବିଜେପି ସରକାର ଙ୍କ ବିରୋଧର ରେ ସ୍ୱର୍ ଉତ୍ତୋଳନ କରିଥିଲେ l
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ