ଲଇକେରା, ୨୬/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ମିଶନ ଶକ୍ତି ସଭା ଗୃହ ଠାରେ ମଙ୍ଗଳବାର ଦିନ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ସଦସ୍ୟା ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ଯକ୍ରମରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଲଇକେରା ବ୍ଲକ କ୍ଷେତ୍ର ପ୍ରଶିକ୍ଷକ ରାଧେଶ୍ୟାମ ନାଏକ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ଯକ୍ରମ ର ଲକ୍ଷ ଉଦ୍ଦେଶ୍ଯ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।ଉକ୍ତ ବୈଠକରେ ଲଇକେରା ବ୍ଲକର ସିଡିପିଓ ହରିପ୍ରିୟା ପଟେଲ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜନ୍ମାଜୟ ନାଏକ,ଗ୍ରାମ୍ୟ ଜଳ ଓ ପରିମଳ ମିଶନ ଅଧିକାରୀ ସୂର୍ଯ୍ୟମଣି ରୋହିଦାସ,ବିଏସଏସଓ ରତନ ଦୀପ ହେମ୍ୱ୍ରମ,ଅତିରିକ୍ତ ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଡା.ନିବେଦିତା ଦିବେଦୀ,ଉଦ୍ୟାନ କୃଷି ବିଭାଗ ତରଫରୁ ରଶ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ ଯୋଜନା ବିଷୟରେ ଆଲୋଚନା କରିଥିଲେ ।ସେହି କାର୍ଯ୍ଯକ୍ରମରେ ଲଇକେରା ବ୍ଲକର ସର୍ବମୋଟ ୪୨ଜଣ ମହିଳା ପ୍ରତିନିଧି ଉପସ୍ଥିତ ରହି ନିଜ ଗ୍ରାମ ପଞ୍ଚାୟତର ସମସ୍ୟା ଗୁଡିକ ଉପସ୍ଥାପନା କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ ଅଲିଭା ମହାସଂଘ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଇକେରାଙ୍କୁ ଜିପିଇଓ ପଦବୀ ପୂରଣ ଓ କଂକ୍ରିଟ ରାସ୍ତା ନିର୍ମାଣ କରିବା ବିଷୟରେ ଏବଂ ବିଏସଏସଓ ଙ୍କୁ ବ୍ଯାଙ୍କ ପାସ୍ ବହିରେ ଦୁଇ ମାସର ଭତ୍ତା ଟଙ୍କା ପାଉଥିବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା ନିମନ୍ତେ ଦାଵୀପତ୍ର ପ୍ରଦାନ କରାଯାଇଥିଲା ।ଶେଷରେ ଦି ହଙ୍ଗର ପ୍ରୋଜେକ୍ଟ ର ସହକର୍ମୀ ଦଶମୀ ଭଉଣୀ ଧନ୍ୟବାଦ ଦେଇ ବୈଠକ ସମାପ୍ତ କରିଥିଲେ ।
(ନବଦୂତ ନ୍ଯୁଜ,ଲଇକେରା)
--------------------------------------
