Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲା ଶିକ୍ଷାଧୂକାରୀଙ୍କ ଦ୍ବାରା ମାର୍ଗଦର୍ଶିକା ପୁସ୍ତିକା “ପୋରାକୁଲେଇ” ଉନ୍ମୋଚିତ

ଭବାନୀପାଟଣା, ୦୫/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, କଳାହାଣ୍ଡି, ଭବାନୀପାଟଣା ପରିକଳ୍ପନା ଦ୍ବାରା କଳାହାଣ୍ଡିର ପାରମ୍ପାରିକ ଖେଳଣା ଉପରେ ଆଧାରିତ ମାର୍ଗଦର୍ଶିକା “ପୋରାକୁଲେଇ” ଜିଲ୍ଲା ଶିକ୍ଷା ଅଧୂକାରୀ ରାଧାକାନ୍ତି ଛତ୍ରୀ ଙ୍କ ଦ୍ବାରା ଉନ୍ମୋଚନ କରାଯାଇଛି। ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ର ଅଧ୍ୟକ୍ଷ ଦେଶବନ୍ଧୁ ସାହୁ ଙ୍କ ପରିକଳ୍ପନା ତଥା କଳାହାଣ୍ଡି ଜିଲ୍ଲା ର ତେର ଗୋଟି ବ୍ଲକ ର ଅଭିଜ୍ଞ ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ବାରା ଲିଖୂତ ପୁସ୍ତକ "ପୋରାକୁଲେଇ" ଉନ୍ମୋଚନ କରାଗଲା। ଏଥିରେ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟ କରୁଥିବା ଶିକ୍ଷାର୍ଥୀ ଙ୍କୁ ପାରମ୍ପରିକ ଖେଳଣା ମାଧ୍ୟମରେ କିପରି ଆନନ୍ଦ ଦାୟୀ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇ କିପରି ଶିକ୍ଷଣ ଫଳାଫଳ ହାସଲ କରିବେ ଚେଷ୍ଟା କରାଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍‌ ଭାବେ ଜିଲ୍ଲା ଶିକ୍ଷା ଅଧୂକାରୀ ରାଧାକାନୁ ଛତ୍ରୀ ଯୋଗଦେଇଥିବା ବେଳେ ନିମନ୍ତ୍ରିତ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରିଣୀ ଶୁଭଲକ୍ଷ୍ମୀ ନାଏକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଦେଶବନ୍ଧୁ ସାହୁ, ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ମୁକୁନ୍ଦ ରେଡି, ଦାମୋଦର ବେହେରା, ବିଭିନ୍ନ ବ୍ଲକ ରୁ ଆସିଥିବା ଗୋଷ୍ଠୀ ଶିକ୍ଷା ଅଧୂକାରୀ ବୃନ୍ଦ ତଥା ଅତିରିକୁ ଗୋଷ୍ଠୀ ଶିକ୍ଷା ଅଧୂକାରୀ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଟିକୁ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ବର ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ପ୍ରଶିକ୍ଷିକା ନିହାରିକା ଦେବି "ପୋରାକୁଲେଇ “ରୂପରେଖ ଉପସ୍ଥାପନା କରିଥିଲେ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ