ଦୀର୍ଘ ଦିନ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ ଓ ଷ୍ଟ୍ରିଟ୍ ଲାଇଟ୍ କେବେ ହେବ ସଜଡା
ଖଜୁରୀପଡା, ୦୪/୦୫ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଦୁତୀମେଣ୍ଡି ପଞ୍ଚାୟତ ୯ ନମ୍ୱର ୱାର୍ଡ଼ ବନ୍ଧସାହି ନଳକୂପ ଏଵଂ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଦେଖିବାକୁ ମିଳିଛି। ଏହି ସାହିରେ ୨୫ ପରିବାର ବସବାସ କରନ୍ତି। ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ସାହି ବାସିନ୍ଦାମାନେ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ଆଗ୍ରହ ନଥିବା କାରଣରୁ ନଳକୂପ ଟିର ମରାମତି ହୋଇ ପାରୁନାହିଁ । ଯାହାକି ପାଣି ପାଇଁ ବହୁତ ଅସୁବିଧା ହେଉଛନ୍ତି ଜନସାଧାରଣ। ଅନ୍ୟ ପଟେ ରାତ୍ରି ସମୟରେ ଲାଇଟ୍ ମଧ୍ଯ ଦିର୍ଘ ଦିନ ହେବ ଜଳୁନି। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳୁନି।ବାକି ରହିଲା ଖବର ପ୍ରକାଶ ପରେ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ।