Hot Posts

6/recent/ticker-posts

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ଖଜୁରୀପଡ଼ା ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୨.୪୨% ସଫଳତା

ଖଜୁରୀପଡ଼ା, ୨୩/୦୫ (ଅଚ୍ୟୁତ ଜାନୀ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ବୁଧବାର ଅପରାହ୍ନରେ ପ୍ରକାଶିତ ଚଳିତବର୍ଷର ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଫଳରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଦ୍ୟାଳୟର ମୋଟ ୧୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୧୨୨ ଜଣ କୃତକାର୍ଯ୍ୟ ହୋଇ ୯୨.୪୨ ପ୍ରତିଶତ ସଫଳତା ହାର ରେକର୍ଡ କରିଛନ୍ତି।ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୦ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୯୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଛାତ୍ରୀ ତୁଳସୀ ମୁଦୁଲି ସର୍ବାଧିକ ୫୧୬ ନମ୍ବର ରଖି ବିଦ୍ୟାଳୟ ତଥା ବ୍ଲକ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏହାସହ ରାଜ୍ୟରେ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ନୂତନ ସୁବିଧା ଆରମ୍ଭ କରାଯାଇଛି। କୌଣସି ବିଷୟରେ କମ୍ ମାର୍କ ପାଇଥିବା ଅନୁଭବ କରୁଥିବା ଛାତ୍ରଛାତ୍ରୀମାନେ ଏବେ ଗୋଟିଏ ବିଷୟରେ “ଉନ୍ନତି ପରୀକ୍ଷା” ଦେବାର ସୁଯୋଗ ପାଇବେ। ୨୦୨୬ ମସିହାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ସୁବିଧାର ଲାଭ ଉଠାଇପାରିବେ ବୋଲି ବିଦ୍ୟାଳୟ ଓ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।