ବିଜ୍ଞାନରେ କନ୍ଧମାଳ ଜିଲ୍ଲା ଟପ୍ପର ହେଲେ କନ୍ୟକା କହଁର ।
ଫୁଲବାଣୀ, ୨୨/୦୫ (ଅଚ୍ୟୁତ ଜାନୀ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ବୁଧବାର ଦିନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀ କନ୍ୟକା କହଁର ସର୍ବମୋଟ ୫୫୦ ଅର୍ଥାତ୍ ଶତକଡା ୯୧.୬୭ % ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ଟପ୍ପର ମଧ୍ୟ ହୋଇଛନ୍ତି । ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ପବ୍ଲିକ ସ୍କୁଲ ଫୁଲବାଣୀରେ ପଢୁଥିବା ସମୟରେ ଶତକଡା ୮୯.୮% ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିଲେ । ତାଙ୍କର ଗ୍ରାମ ଫୁଲବାଣୀ ସହରାଞ୍ଚଳ ସ୍ଥିତ ତେରାଗୁଡା ଆଦିବାସୀ ସାହିର ହୋଇ ଥିବା ବେଳେ ବାପା ପ୍ରଦୀପ କହଁର ଓ ମାତା ମଧୁସ୍ମିତା କହଁରଙ୍କ ସୁପୁତ୍ରୀ । ବାପା ଏମ୍ ପି ଏଚ ଡବ୍ଲୁ ରେ କାର୍ଯ୍ୟରତ ଥିବା ବେଳେ ମାତା ଜଣେ ବ୍ୟାଙ୍କ ମିତ୍ର ବୋଲି ଜଣାପଡିଛି । କନ୍ୟକା ଏହି ସଫଳତା ପାଇଁ ବାପା ମାଁ ଓ ଶିକ୍ଷକ ଏବଂ ଅଧ୍ୟାପକଙ୍କୁ ଶ୍ରେୟ ଦେଇଛନ୍ତି । ଏହି ସଫଳତା ହାସଲ ପରେ ଛାତ୍ରୀ କନ୍ୟକା କୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।