ଦରମା ନମିଳିବାରୁ କର୍କଟ ରୋଗ ଅନୁଷ୍ଠାନରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ
କଟକ, ୧୯/୦୫ ( କାଁହୁ ଚରଣ ବାରିକ ) : କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀ ମାନେ ଆଜି ଆନ୍ଦୋଳନ କୁ ଓଲ୍ହାଇଛନ୍ତି । ଦରମା ମିଳି ନଥିବାରୁ କାର୍ଯ୍ୟରତ କର୍ମଚାରୀ ମାନେ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିଛନ୍ତି । ନ୍ୟାୟ ଦାବିରେ ବସିଛନ୍ତି ଶତାଧିକ ଠିକା କର୍ମଚାରୀ । ଦରଦାମ ବୃଦ୍ଧି ଘଟୁଥିବା ବେଳେ ଦରମା ମିଳିବାରେ ଅନିୟମିତତା ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଏହି ଠିକା କର୍ମଚାରୀ ମାନେ । ଦରମା ପାଇଁ ତାରିଖ ସ୍ଥିର ହେବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଜିଠୁ ଧାରଣା ରେ ବସିଛନ୍ତି ୫୦୦ ରୁ ଉର୍ଧ୍ୱ ଠିକା କର୍ମଚାରୀ।