ଗିରଫ ହେଲା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗେଡା ।
ଭୁବନେଶ୍ୱର, ୨୮/୦୫ ( କାହୁଁ ଚରଣ ବାରିକ ) : ଭୁବନେଶ୍ୱର ବାଲିଅନ୍ତା ସୌମ୍ୟ ହମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ପଟିଆର ଏକ ହୋଟେଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା ଓରଫ ଗେଡା। ପୂର୍ବରୁ ୧୧ ଜଣଙ୍କୁ ପୋଲିସ ଓ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଗିରଫଦାରୀ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ସୌମ୍ୟଙ୍କୁ ହତ୍ୟା କରିବା ପାଇଁ ଭିଡ଼ ଭିତରେ ଲୋକଙ୍କୁ ଉସକାଇଥିଲା ଅଭିଯୁକ୍ତ ଗେଡା ।ସୌମ୍ୟଙ୍କୁ ମାଡ଼ ମାରିବା ସମୟରେ ତାଗିଦ୍ ସତ୍ତ୍ବେ ଶୁଣିନଥିଲା ଅଶୋକ ଜେନା। କାହା କଥାକୁ ଖାତିର ନକରି ଗାଳି ଗୁଲଜ କରିବା ସହ ସୌମ୍ୟଙ୍କୁ ମାଡ଼ ମାରି ଚାଲିଥିଲା।