ସିଏମସିର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ଶହୀଦ ଭବନରେ ବୈଠକ
କଟକ, ୨୮/୦୫ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସଂପର୍କିତ ଏକ ସ୍ୱତନ୍ତ୍ର ଅଧିବେଶନ ସ୍ଥାନୀୟ ଶହୀଦ ଭବନ ପରିସରରେ ଅନୁଷ୍ଠିତ ହୋଇଛି । ସିଏମସିର ମାନ୍ୟବର ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର, ବିଭିନ୍ନ ୱାର୍ଡର କର୍ପୋରେଟରଙ୍କ ସହ ସିଏମସିର ଅତିରିକ୍ତ କମିଶନର ଓ କଟକ ସଦର ଉପ ଜିଲ୍ଲାପାଳ ସାମିଲ ହୋଇଥିଲେ । କର୍ପୋରେଟର ମାନଙ୍କୁ ଏସଆଇଆରର ବିଭିନ୍ନ ଦିଗ ସଂପର୍କରେ ଏଥିରେ ସୂଚନା ପ୍ରଦାନ କରାଯିବା ସହ ସେମାନଙ୍କର ସହଯୋଗ ଲୋଡାଯାଇଥିଲା ।