Hot Posts

6/recent/ticker-posts

ନବରଙ୍ଗପୁର ଓ ୟୁ ଜେ ପକ୍ଷରୁ ୩ଟି ଦାବିକୁ ନେଇ ଧାରଣା

ନବରଙ୍ଗପୁର, ୦୨/୦୫ (ନକୁଲ ଭତରା) : ଶ୍ରମିକ ଦିଵସ ପାଳନ ଅବସରରେ ନବରଙ୍ଗପୁର ଓ ୟୁ ଜେ ଜିଲ୍ଲା ଶାଖା ପକ୍ଷରୁ ୩ଟି ଦାବିକୁ ନେଇ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଆହ୍ୱାନ କ୍ରମେ ନବରଙ୍ଗପୁର ଶାଖାର ସଭାପତି ସୁଶାନ୍ତ ବେହେରାଙ୍କ ନେତୃତ୍ୱରେ ଶାଖାର ସଦସ୍ୟ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହା ପରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ କରଯାଇଥିଲା। ଦାବି ପତ୍ର ଅନୁଯାୟୀ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ଅଧିସୀକୃତି ସାମ୍ବାଦିକ ନିଯୁକ୍ତି କରିବା, ସାମ୍ବାଦିକଙ୍କୁ ମାସିକ ୩୦ ହଜାର ପେନସନ ଲାଗୁ କରିବା ପାଇଁ ଦାବି କରାଯାଇଛି। ଏହି ଅବସରରେ ସଭାପତି ସୁଶାନ୍ତ କହିଛନ୍ତି ଯେ, ଏହି ଦାବି ଗୁଡିକ ନ୍ୟାର୍ଯ୍ୟ ଦାବି। ସରକାର ସାମ୍ବାଦିକ ମାନଙ୍କୁ ପ୍ରତାରଣା କରିଛନ୍ତି। ପୋଡଶି ଛତିଶଗଡ ରାଜ୍ୟ ସମେତ ୧୮ ରାଜ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଛି। ଅନୁରୂପ ଭାବେ ଓଡିଶାରେ ମଧ୍ୟ ଏହି ଆଇନ ପ୍ରଣୟନ କରାଯାଉ। ନଚେତ୍ ଆଗାମୀ ଦିନରେ ଓୟୁଜେ ଆନ୍ଦଳାତ୍ମକ ପନ୍ଥା ଗ୍ରହଣ କରି ଆନ୍ଦଳନକୁ ତୀବ୍ରତାର କରାଯିବ। ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଫାଲଗୁନି ପାତ୍ର,ସମ୍ପାଦକ ଚିଦାନନ୍ଦ ସାହୁ, ଶରତ ଦାଶ, ମହେଶ୍ୱର ବେହେରା, ଲକ୍ଷ୍ମୀ କାନ୍ତ ପଣ୍ଡା, ସୀମାଦ୍ରୀ ପଟ୍ଟନାୟକ, ଶ୍ରୀଧର ପାତ୍ର, ଏ ସତୀଶ, ଶିବ ଶଙ୍କର ପାଢ଼ୀ, ସୁମିତ୍ ଘଣ୍ଟ, ଗିରୀ ମାଝୀ, ଗୋପାଳ କୃଷ୍ଣ ନାୟକ, ଗୋପାଳ ସାହୁ,ଜନାର୍ଦ୍ଦନ ରାଓ, ପ୍ରବୀଣ, ଗୌତମ ପ୍ରମୁଖ ୧୦ ଗୋଟି ବ୍ଳକ୍ ର ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ।