ଜିଲ୍ଲା ମାଣିକେଶ୍ୱରୀ ରାଜମିସ୍ତ୍ରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ
କଳାହାଣ୍ଡି, ୦୨/୦୫ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ମାଣିକେଶ୍ୱରୀ ରାଜମିସ୍ତ୍ରୀ ସଂଘ ପକ୍ଷରୁ ପର୍ଲା ଖେଳପଡ଼ିଆରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ରାଜମିସ୍ତ୍ରୀ ସଂଘ ସଭାପତି ଅବିରାମ ସୁନାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ, ମୁଖ୍ୟବକ୍ତା ଭାବେ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜୟପାଟଣା ଅତିରିକ୍ତ ତହସିଲଦାର ଅଜିତ କୁମାର ଶବର, ସମାଜସେବୀ ସୁଧୀର ବାଗ, ରାଜାରାମ ବାଗ, ମନୋଜ ପଟଯୋଶୀ, ମୋଟେର ବିଜେପି ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସାମ୍ବାଦିକ ସେତୁରାମ ଭକ୍ତ, ରାଜମିସ୍ତ୍ରୀ ସଂଘ ସଂପାଦକ ଚିତରଞ୍ଜନ ଗୋପାଳ ପ୍ରମୁଖ ଯୋଗଦାନ କରିଥିଲେ । ସୁଚନା ମତେ ୧୮୮୬ ମସିହାରେ ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ଏବଂ ଏହି ଅବସରରେ ସମସ୍ତ ଶ୍ରମିକ ସଙ୍ଗଠିତ ହୋଇ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗକୁ ପାଇବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଆମେରିକାରେ ଶ୍ରମିକ ଦିବସ ପାଳନ ହେବାର ୩୪ ବର୍ଷ ପରେ ଅର୍ଥାତ୍ ୧୯୨୩ ମସିହା ମେ ୧ ତାରିଖରେ ଭାରତରେ ପ୍ରଥମେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଭାରତରେ ପ୍ରଥମ ଥର ପାଇଁ ଚେନ୍ନକାର୍ଯ୍ୟକ୍ରମକୁ ସାମ୍ବାଦିକ ସୁଧୀର ଗୋପାଳ ପରିଚାଳନା କରିଥିବା ବେଳେ ରାଜମିସ୍ତ୍ରୀ ସଂଘ ସହ ସଂପାଦକ ମୀନକେତନ ବେହେରା, ଉପସଭାପତି ଲୋକନାଥ ଗୋପାଳ, କୋଷାଧ୍ୟକ୍ଷ ସତ୍ୟ ପଟେଲ,କମିଟି ପରିଚାଳନା ସଦସ୍ୟ ସସିଧର ନାଏକ, ଗିରିଧାରୀ ମାଝୀ, ରାଜ କିଶୋର ସିଂ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ,