Hot Posts

6/recent/ticker-posts

କଲେଜ ପରିସର ରୁ ଆସିଛି ଉଦବେଗ ଜନକ ସଙ୍ଗୀନ ଖବର

ବିଂଝାରପୁର, ୦୧/୦୫ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ  'ସିଂହପୁର ପରିସରରେ ,ଠାରେ ଥିବା ଖରସ୍ରୋତା ମହାବିଦ୍ୟାଳୟ ଯେଉଁଠାରୁ ଏକ ଉଦବେଗ ଜନକ ସଙ୍ଗୀନ ଖବର ଘଟଣା ସାମ୍ନାକୁ ଆସିଛି। କଲେଜ ପରିସର ଭିତରେ ଅନୁଚିତ ସାମଗ୍ରୀ ମିଳିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଯେଉଁ ସ୍ଥାନରେ ଛାତ୍ରଛାତ୍ରୀମାନେ ପଢ଼ିବାକୁ ଆସନ୍ତି, ସେଠାରେ ଏପରି ଘଟଣା ଦେଖି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ଖରସ୍ରୋତା ମହାବିଦ୍ୟାଳୟ ପରିସରରୁ ଚିନ୍ତାଜନକ ଘଟଣା ସାମ୍ନାକୁ ଆସୁଛି 'କଲେଜ ପରିସରରୁ 'କଣ୍ଡମ 'ମେନଫୋର୍ଶ ଟାବଲେଟ 'ବିଭିନ୍ନ ପ୍ରକାର ମଦ ବୋତଲ ତାଆ ସହିତ ମାଚିସ ସାଙ୍ଗକୁ ସିଗାରେଟ ସେ ପୁଣି ବିଜୁପଟନାୟକ ଛାତ୍ରୀ ନିବାଶ ହଷ୍ଟେଲ ରୁ ସିଂହପୁର ମହାବିଦ୍ୟାଳୟ ଟିରେ ବହୁ ଥର ବିଭିନ୍ନ ସମସ୍ୟାକୁ ନେଇ ଆସିଲେ ମଧ୍ୟ କଲେଜ କାହାରିକୁ ଖାତିରି କରନ୍ତି ନାହିଁ ଗାଁ ଲୋକେ କହୁଛନ୍ତି ପିନ୍ସପାଲ ଆସିବା ଦିନ ଠାରୁ ଛୁଟିରେ ଛୁଟିରେ ଆଉ ଲେକଚର ମାନେ କେତେବେଳେ ଆସନ୍ତି କେତେବେଳେ ଯାନ୍ତି କୌଣସି ଅତାପତା ନଥାଏ 'ଭାବନ୍ତୁ ଆପଣ ଙ୍କ ପିଲା କଲେଜ ପରିସରରେ ସୁରକ୍ଷିତ କି? ସମୟ ଆସିଗଲାଣି ଏଭଳି ଶିକ୍ଷା ଉପରେ ନିହାତି ପ୍ରଶ୍ନ ଉଠୁଛି? ଗରିବ 'ମୁଲିଆ 'ଚାଷୀ 'ଛୋଟ ଵେବସାଇ କରୁଥିବା ଟ୍ୟାକ୍ସ ଦିଅନ୍ତି ଆପଣ ମାନେ ଦରମା ନିଅନ୍ତି କିନ୍ତୁ ସିଏ ଉପାସ ରହି ଆପଣ ଙ୍କ ଘର ଚଳେ ' ଗାଡ଼ି ଧରି ଆସ ପଠା ପଡ଼ା ନାଁରେ କଳଙ୍କିତ ଏହା କିପରି ହେଲା? କଲେଜ ପରିସରର ସୁରକ୍ଷା ବ୍ୟବସ୍ଥା କେଉଁଠି? ଛାତ୍ରଛାତ୍ରୀମାନେ ଏଠାକୁ ଶିକ୍ଷା ପାଇଁ ଆସୁଛନ୍ତି, ନାଁ ପରିସରରେ ଅନ୍ୟ କିଛି କାର୍ଯ୍ୟକଳାପ ଚାଲିଛି—ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଦ୍ଵନ୍ଧ ସୁଷ୍ଠୀ କରିଛି। ଘଟଣା ବିଷୟରେ ଜାଣିବାକୁ ଆମେ କଲେଜ କର୍ତ୍ତୃପକ୍ଷଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲୁ। ସାମ୍ବାଦିକ କୁ ଦେଖି କିଛି ଲୋକ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକମାନଙ୍କ ଦାବି, ଏହି ଘଟଣାର ତୁରନ୍ତ ତଦନ୍ତ ହେଉ ଏବଂ କଲେଜ ପରିସରରେ ନିୟମିତ ଦୃଷ୍ଟିଦିଆ ଯାଉ। ସରକାର ଏ ମାନଙ୍କ ଉପରେ କାଯ୍ୟନୁଷ୍ଠାନ ନେବାକୁ ସ୍ଥାନୀୟ ବାସୀଙ୍କ ଦାବି ।