ଚୈତ୍ରା ବଜାରରେ ଯୋଗଦେଲେ ଝରିଗାଁ ବିଧାୟକ
ଝରିଗାଁ, ୦୪/୦୫ ( ନକୁଳ ଭତ୍ରା ) : ନବରଙ୍ଗପର ଜିଲ୍ଲା ଝରିଗାଁ ବ୍ଲକ୍ ଅଧୀନ ଚାଟିଗୁଡ଼ା ପଂଚାୟତ ଅନ୍ତର୍ଗତ ଜାମଗୁଡ଼ା ଠାରେ ଆଜି ମା ଗଙ୍ଗାଦେଇ ଓ ପରଦେଶିନିଙ୍କ ଚୈତ୍ରା ବଜାର ଉଦଯାପିତ ହୋଇଯାଇଛି | ଏହି ପରେକ୍ଷୀରେ ଲୋକ ପ୍ରିୟ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ଆଖପାଖ ଅଞ୍ଚଳ ଯଥା ପରିଆ, ଗୁଛାଗୁଡ଼ା, ଡଙ୍ଗରିଗୁଡ଼ା , ନୂଆଗୁଡ଼ା, ଗ୍ରାମର ଦେବା ଦେବୀ ଲାଠି,ବିମାନ ,ଶିରା,ପଞ୍ଝିଆର ,ସମେତ ପୂଜାରୀ ମାନେ ଯୋଗ ଦେହିଥିଲେ| ପ୍ରିୟ ବିଧାୟକ ଚୈତ୍ରା ବଜାରରେ ଯୋଗ ଦେଇ ଗ୍ରାମର ସମସ୍ୟା ଉପରେ ଆଲୋଚନା କରିଥିଲେ | ପରେ ପୂଜାରୀ ପ୍ରଭୁ ମାଝୀ ପାରମ୍ପାରିକ ରୀତିନୀତି ଅନୁଯାୟୀ ମା ଗଙ୍ଗାଦେଇ ଓ ପରଦେଶିନି ଙ୍କୁ ପୂଜା ଅର୍ଚ୍ଚନା କରି ସମସ୍ତ ଦେବା ଦେବୀଙ୍କୁ ଧରି ବଜାର ପରିକ୍ରମା କରିଥିଲେ | ସେହିପରି ଯାତ୍ରା କମିଟି ତରପରୁ ମନୋରଞ୍ଜନ ପାଇଁ ଗାଁରେ ଏକ ଆଦିବାସୀ ନାଟକ ଆୟୋଜନ କରାଯାଇଛି | ଆଖପାଖ ଅଞ୍ଚଳରେ ସହସ୍ରାଧିକ ଲୋକେ ବଜାରରେ ପ୍ରବଳ ଭିଡ଼ ହୋଇଥିଲେ | ଶେଷରେ ସ୍ଥାନୀୟ ଅଂଚଳର ପୂଜାରୀ,ଶିରା, ଗାଁଉଟିଆ,ଚାଲାଣ,ଗଣ୍ଡା,ସହିତ ଗ୍ରାମର ବୁଦ୍ଧିଜୀବି ସମାଜସେବୀ ,କମିଟିର ସଦସ୍ୟ ବ୍ରଜ ମାଝୀ, ଡମ୍ବରୁ ଭତରା, ଯୁଗ ଭତରା, ବନମାଳୀ ପୂଜାରୀ, ଶନୁ ଶିରା, ସାରଙ୍ଗି ପୂଜାରୀ, ଦେବ ଭତରା, ରତନ ଭତରା,ନିଲାମ ପୂଜାରୀ , ବାସୁଦେବ ପୂଜାରୀ ,ପ୍ରମୁଖ ଉପସ୍ଥିତ ଥିଲେ|