Hot Posts

6/recent/ticker-posts

୧୦୨ ବର୍ଷର ଐତିହ୍ୟକୁ ଅଣଦେଖା? ଲାଲବାଗ ଥାନା ସଂରକ୍ଷଣ ଦାବି

କଟକ, ୦୪/୦୫ ( କାଁହୁ ଚରଣ ବାରିକ ) : କିଛିଦିନ ତଳେ ଐତିହାସିକ ଲାଲବାଗ ଥାନା କୁ ଉଚ୍ଛେଦ କରି ସେହି ସ୍ଥାନ ରେ ଏଜି ଅଫିସର ପାର୍କିଂ କରିବାକୁ ହୋଇଥିବା ନିଷ୍ପତ୍ତି ସମଗ୍ର କଟିକିଆଙ୍କୁ ଗଭୀର ମର୍ମାହତ କରିଛି।କଟକ ସହରର ଐତିହ୍ୟ,ସଂସ୍କୃତି ଓ ପ୍ରଶାସନିକ ପରମ୍ପରାର ର ଏକ ଅଭିନ୍ନ ଅଂଶ ଭାବେ ପରିଚିତ ଲାଲବାଗ ଥାନା ୧୦୨ ବର୍ଷ ହେବ ଲୋକଙ୍କୁ ସେବା ଯୋଗାଇ ଦେଇଆସୁଚି।ଏହା କେବଳ ଗୋଟେ ଥାନା ନୁହେଁ ବରଂ କଟକ ସହରର ଐତିହାସିକ ସ୍ମୃତି,ପ୍ରଶାସନିକ ଐତିହ୍ୟ,ଓଡ଼ିଆ ସଂସ୍କୃତି ଏବଂ ସାଧାରଣ ଜନତାଙ୍କ ଭାବନା ସହ ଗଭୀର ଭାବରେ ସଂପୃକ୍ତ ଏକ ପ୍ରତିଷ୍ଠାନ ଅଟେ।ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ସାଲବେଗ ଙ୍କ ବଂଶଜ ଲାଲବେଗ ଙ୍କ ନାମ ରୁ ଲାଲବାଗ ଥାନା ହୋଇଛି।ନିୟମ ଅନୁସାରେ ଶହେ ବର୍ଷ ରୁ ଉର୍ଦ୍ଧ୍ବ କୋଠାକୁ ଐତିହ୍ୟ ମାନ୍ୟତା ମିଳିବା କଥା,ତେଣୁ ଏହି ଲାଲବାଗ ଥାନା କୋଠାକୁ ସଂରକ୍ଷଣ କରି ଐତିହ୍ୟ ସମ୍ପନ୍ନ ମାନ୍ୟତା ମିଳୁ।ଓଡ଼ିଆ ଅସ୍ମିତା ର କଥା କହି ଡିଣ୍ଡିମ ପିଟୁଥିବା ଏ ସରକାର ଐତିହାସିକ,ଓଡ଼ିଆ ସଂସ୍କୃତି ସହ ଜଡ଼ିତ ଥିବା ଏହି ପ୍ରତିଷ୍ଠାନ କୁ ଉଚ୍ଛେଦ କରି ଓଡ଼ିଆ ଅସ୍ମିତା ଉପରେ ପ୍ରହାର କରିଛନ୍ତି। ପୂର୍ବବତ୍ ଯେଉଁ ସ୍ଥାନ ରେ ଥାନା ଥିଲା ସେହି ସ୍ଥାନ ରେ ଐତିହ୍ୟ ମାନ୍ୟତା ସହ କୋଠାକୁ ନବୀକରଣ କରି ସ୍ଥାପନ କରିବାକୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ପ୍ରଶାସନ ପାଖରେ ଦାବି ରଖିଛି।ଏହି କାର୍ଯ୍ୟକ୍ରମ ଆମ୍ ଆଦମୀ ପାର୍ଟି ଜିଲ୍ଲା ଯୁବ ସଭାପତି ଆଶୁତୋଷ ପରିଡ଼ା ଙ୍କ ନେତୃତ୍ୱ ରେ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୀବ ପରିଡ଼ା, ଜିଲ୍ଲା ସମ୍ପାଦକ ମହମ୍ମଦ ସନାଉଲା,ରୋହିତ କୁମାର ନନ୍ଦ,ଅମରେନ୍ଦ୍ର ସିଂ ଉପସ୍ଥିତ ଥିଲେ।