Hot Posts

6/recent/ticker-posts

୫୫ ବର୍ଷ ରେ ପଦାର୍ପଣ କରିଛି ବିଶ୍ୱଶାନ୍ତି ମହାଯଜ୍ଞ

କଟକ, ୦୨/୦୫ ( ଦେବୀଦତ୍ତ ଶିବପ୍ରସାଦ ନାୟକ ) : କଟକ ଜିଲ୍ଲା ର ବୟାଳିଶ ମୌଜାରେ ଥିବା ଝିଂକିରିଆ ଗ୍ରାମ ର ଶ୍ରୀ ରଣାଷଣ୍ଢ ମନ୍ଦିର ରେ ପାଳିତ ହେଇଯାଇଛି ୫୫ ତମ ବିଶ୍ୱଶାନ୍ତି ମହାଯଜ୍ଞ!  ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ ଯୋଗ ଦେଇଥିଲେ! ଛଅ ଦିନ ଧରି ଚାଲିଥିବା ବିଶ୍ୱ ଶାନ୍ତି ମହାଯଜ୍ଞ ର ଆଜି ପୂର୍ଣ୍ଣାହୁତି ବା ଅନ୍ତିମ ଦିନ, ଶେଷ ଦିନ ରେ ଆୟୋଜିତ ହେଇ ଥାଏ ପାରାୟଣ, ନାମ ସଂକୀର୍ତ୍ତନ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଥାଏ! ଏଥର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ପଙ୍କଜ ଜାଲ ଏବଂ ତାଙ୍କ ଟିମ୍ ସହ ଉପସ୍ଥିତ କାର୍ଯ୍ୟକ୍ରମ କୁ ସୁନ୍ଦର କରିଥିଲା, ଏହି ଅଧାତ୍ମିକ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କର୍ମକର୍ତା ମାନଙ୍କୁ ସହଯୋଗ କରିଥାନ୍ତି! ପ୍ରବଳ ଜନସମାଗମ କୁ ଆଖିଆଗରେ ରଖି ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଥାଏ । ସନ୍ଧ୍ୟା ରେ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ଉଦ୍ଦେଶ୍ୟ ରେ ପ୍ରସାଦ ବିତରଣ କରାଯାଏ! ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ କହିବା କଥା ରଣା ଷଣ୍ଢ ମହାବୀର ଙ୍କ ଅଲୌକିକ ମହିମା ରହିଛି। ଭକ୍ତି, ଶ୍ରଦ୍ଧା ରେ ମାନସିକ କଲେ ସବୁ କାମନା ପୂରଣ କରିଥାନ୍ତି ରଣା ଷଣ୍ଢ ମହାବୀର! ଏହି ଯଜ୍ଞ ରେ ରେବତୀ ଦେବତା ଓ ସୁକାନ୍ତ ଦେବତା ବ୍ରତ ରଖି କର୍ତ୍ତାକାର୍ଯ୍ୟ ସମ୍ଭାଳି ଥିଲା ବେଳେ ଗ୍ରାମ ଅଧିକାରୀ ଚିନ୍ମୟ ଦେବତା , ଦୁଷ୍ମନ୍ତ ନନ୍ଦ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତ ନାମ ଶ୍ରବଣ କରିବା ସହିତ ପ୍ରସାଦ ସେବନ କରି ଆନନ୍ଦିତ ହୋଇ ଘରକୁ ଫେରି ଥାଆନ୍ତି 


କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ