Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା ପ୍ରେସ କ୍ଲବ୍ ନୂତନ କର୍ମକର୍ତ୍ତା ଚୟନ ଓ ସାଧାରଣ ବୈଠକ ଅନୁଷ୍ଠିତ, ସଭାପତି ଅଜିତ୍ କୁମାର ପଣ୍ଡା ସମ୍ପାଦକ ତପନ ଦାଶ ମନୋନୀତ

ନୂଆପଡ଼ା, ୩୧/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ପ୍ରେସ କ୍ଲବ୍ ନୂତନ କର୍ମକର୍ତ୍ତା ଚୟନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ନୂତନ ସଭାପତି ରୂପେ ଅଜିତ୍ କୁମାର ପଣ୍ଡା ଓ ସମ୍ପାଦକ ରୂପେ ତପନ ଦାସଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ ଠାରେ ଜିଲ୍ଲା ପ୍ରେସ କ୍ଲବ ର ସାଧାରଣ ବୈଠକ ସଭାପତି ପରମେଶ୍ୱର ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଭା ଆରମ୍ଭ ରୁ ୩ ବର୍ଷ ୬ ମାସ ଅତିକ୍ରମ କରିବା ଯୋଗୁଁ ସାଙ୍ଗଠନିକ କାର୍ଯ୍ୟକ୍ରମ କୁ ଗୁରୁତଦେଇ କର୍ମକର୍ତ୍ତା ଚୟନ ପାଇଁ ସଭାପତି ଆହ୍ୱାନ କରିଥିଲେ। ସମ୍ପାଦକ ତପନ ଦାଶ ବାର୍ଷିକ ବିବରଣୀ ପଠନ କରି ଜିଲ୍ଲା ପ୍ରେସ କ୍ଲବ୍ ସମସ୍ତ ସାମ୍ବାଦିକଙ୍କ ସୁଖ ଦୁଃଖ ରେ ସାଥୀ ହେବାର ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ସାମ୍ବାଦିକ ସମ୍ମାନ, ସୁରକ୍ଷା ସାଙ୍ଗକୁ ସାମ୍ବାଦିକଙ୍କ ପେନସନ ପ୍ରଦାନ ପାଇଁ ସରକାର ଠାରେ ଦାବୀ ଉପସ୍ଥାପନ କରିବା ନେଇ ନିଷ୍ପତ୍ତି ହୋଇଅଛି। ସଭାରେ ପରାମର୍ଶଦାତା ଡଃ.ମେଜର ରାମ ଚନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ସିଂ ଦେଓ ଯୋଗ ଦେଇଥିଲେ। ସଭାରେ ସଙ୍ଗଠକ କୁନାଲ ଚରଣ ବେହେରା ସ୍ୱାଗତ ଅଭିଭାଷଣ ଦେଇ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପ୍ରେସ କ୍ଲବ୍ ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ଅଜିତ୍ କୁମାର ପଣ୍ଡା, ସମ୍ପାଦକ ରୂପେ ତପନ ଦାଶ, ଉପ ସଭାପତି ରୂପେ ପରମେଶ୍ୱର ବାରିକ, ସଙ୍ଗଠକ ରୂପେ କୁନାଲ ଚରଣ ବେହେରା, କୋଷାଧକ୍ଷ ରୂପେ ବାପିନା କୁମାର ସାହୁ, ଯୁଗ୍ମ ସମ୍ପାଦକ ରୂପେ ହେମନ୍ତ କୁମାର ବେହେରା, ସହ ସମ୍ପାଦକ ରୂପେ ଗଣେଶ ରଣା, କାର୍ଯ୍ୟକାରୀ ସଦସ୍ୟ ରୂପେ ଦୀନବନ୍ଧୁ ଛତ୍ରିଆ, ମୁନା ପାଣିଗ୍ରାହୀ, ମନୋନୀତ ହୋଇଛନ୍ତି। ରଘୁ ନାଗ, କ୍ଷୀରସିନ୍ଧୁ ସଗରିଆ, ପ୍ରମୁଖ ଯୋଗ ଦେଇଥିଲେ।ଆସନ୍ତା ବୈଠକ ପାର୍ବତ୍ୟାଞ୍ଚଳରେ ଅନୁଷ୍ଠିତ ହୋଇ ସେଠାରେ ଥିବା ସମସ୍ୟା ଉପରେ ଗୁରୁତତ୍ୱାରୋପ କରିବାକୁ ଆହ୍ୱାନ କରିଛନ୍ତି। ଜିଲ୍ଲା ପ୍ରେସ କ୍ଲବ୍ ନିଜସ୍ୱ ଜମିର ସାମ୍ବାଦିକ ଭବନ ନିର୍ମାଣ ନେଇ ନିଷ୍ପତ୍ତି ହୋଇଅଛି।