Hot Posts

6/recent/ticker-posts

ଏସ ଆଇ ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ଉପଜିଲ୍ଲାପାଳ

ଭଞ୍ଜନଗର , ୩୧/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗତ ୩୦ ମେ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସ ଆଇ ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ । ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଅଧୀନରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ସମ୍ମାନ ରୂପେ ଜାରି କରାଯାଉଥିବା ଗଣନା ଫର୍ମ, ଭଞ୍ଜନଗର ବିଡ଼ିଓ ଓ ବିଏଲଓ ଙ୍କ ଉପସ୍ଥିତିରେ ହସ୍ତାନ୍ତର କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରିଥିଲେ।ଏଥିସହ ଉପଜିଲ୍ଲାପାଳ ଶ୍ରୀ ବେହେରା ଗାମୁଣ୍ଡି, ବାଉଁଶଲୁଣ୍ଡି, ଜିଲୁଣ୍ଡି ଓ ଅଗଝୋଳ ବୁଥ୍ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ସହ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରିଥିଲେ l ଗଣନା ଫର୍ମ ବଣ୍ଟନରେ ବିଭାଗୀୟ ଅଧିକାରୀ, ସୁପରଭାଇଜର ଓ ବୁଥ୍ ଲେଭେଲ୍ ଅଫିସର ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏଇଆରଓ ଏବଂ ବି ଏଲ ଓ ମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଥିଲେ ଏବଂ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବୁଝାଇଥିଲେ। ଉପଜିଲ୍ଲାପାଳ ଭୋଟରଙ୍କ ସହ ଆଲୋଚନା କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରାଇଥିଲେ। ବି ଏଲ ଓ ମାନଙ୍କୁ ନିଷ୍ଠାର ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଭୋଟର ବିଏଲଓ ଙ୍କୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ କହିଛନ୍ତି।