ତୁଳସୀପୁର ପୋଲିସ ସିଗ୍ନାଲ କ୍ୟାଣ୍ଟିନ ପାଖରୁ ୧୦୪ ଗ୍ରାମ ର ବ୍ରାଉନସୁଗାର ଜବତ.
କଟକ, ୨୬/୦୫ ( କାଁହୁ ଚରଣ ବାରିକ ) : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍ -୨ , କଟକ ଦ୍ୱାରା ଏକ NDPS ମାମଲା ରୁଜ୍ଜୁ ହୋଇଛି। ଆସାମୀ - ମଣ୍ଟୋଷ ନାୟକ (୩୮) ଗ୍ରାମ - ତୁଳସୀପୁର, ଥାନା - ବିଡ଼ାନାସୀ, କଟକ,ପାଖରୁ ମୋଟ ୧୦୪ ଗ୍ରାମ ର ବ୍ରାଉନସୁଗାର ତୁଳସୀପୁର ପୋଲିସ ସିଗ୍ନାଲ କ୍ୟାଣ୍ଟିନ ପାଖରୁ ଜବତ କରାଯାଇଛି। ସମ୍ପୂକ୍ତ ଆସାମୀ କୁ କୋର୍ଟ ଫରୱାର୍ଡ କରାଯାଇ ମାମଲା ର ତଦନ୍ତ କରାଯାଉଛି। ଏହି ଚଢାଉ ରେ ସବ୍ - ଇନ୍ସପେକ୍ଟର ସୌମ୍ୟ ରଂଜନ ମାଝୀ ଙ୍କ ସମେତ ଲକ୍ଷ୍ମୀଧର ଖୁଣ୍ଟିଆ, ସୌରଜିତ୍ ନାଥ ଓ କିଶନ କୁମାର ସାବୁତ ପ୍ରମୁଖ ଅବକାରୀ ସିପାହୀ ସାମିଲ ଥିଲେ। ଜବତ ବ୍ରାଉନସୁଗାର୍ ର ଆନୁମାନିକ ବଜାର ମୂଲ୍ୟ ପ୍ରାୟ -୧୦.୪ ଲକ୍ଷ ଥିବାର ସୂଚନା ମିଳିଛି।
କଟକ ରୁ କାଁହୁ ଚରଣ ବାରିକ
ନବଦୂତ News