କଟକ ଆଠଗଡ଼ ସ୍ଥିତ ପାଖ ତିଗିରିଆ ବଜାରରେ ଭୟଙ୍କର ସଡ଼କ ଦୁର୍ଘଟଣା, ହାଇୱା ଡ୍ରାଇଭର ଗୁରୁତର.
କଟକ, ୨୬/୦୫ ( କାଁହୁ ଚରଣ ବାରିକ ) : କଟକ ଆଠଗଡ଼ ସ୍ଥିତ ପାଖ ତିଗିରିଆ ବଜାର ଉପରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ହାଇୱା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର ଭୟାବହତା ଏତେ ଅଧିକ ଥିଲା ଯେ ହାଇୱାର ସାମ୍ନା ଅଂଶ ପୂରାପୂରି ଚୁର୍ଣ୍ଣବିଚୁର୍ଣ୍ଣ ହୋଇଯାଇଥିଲା ଏବଂ ଡ୍ରାଇଭର ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ହାଇୱାକୁ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଆହତ ଡ୍ରାଇଭର ଜଣଙ୍କ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ମନୋଜ ନାୟକ ବୋଲି ଜଣାପଡ଼ିଛି। ପ୍ରଥମେ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଇ ଯାତାୟାତ ସ୍ବାଭାବିକ କରିଥିଲେ। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ ନବଦୂତ News