Hot Posts

6/recent/ticker-posts

୧୬ ବର୍ଷୀୟ ନାବାଳକ ନିଖୋଜ, ପରିବାରରେ ଚିନ୍ତା

ନୂଆପଡା, ୨୨/୦୫ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଜାଙ୍ଗୁଲା ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳକ ଗତ ୧୮ ମେ ସକାଳ ୧୧.୦୦ ୦ ଠାରୁ ନିଖୋଜ ଥିବା ଘଟଣା ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି । ନିଖୋ ଖୋଜ ନାବାଳକଙ୍କ ନାମ ଘୁନେଶ୍ବର ରାଉତ ବୋ ବାଲି ଜଣାପ ଶାପଡ଼ିଛି । ସେ କେଜାଉ ରାଉତଙ୍କ ପୁଅ ଏବଂ ଜାଙ୍ଗୁଲା ଗ୍ରାମର ବାସିନ୍ଦା । ପରିବାର ସୂତ୍ରରୁ ପ୍ରକାଶ ଯେ, ଘୁନେଶ୍ବର ଗତ ୧୮ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ଘରୁ ବାହାରିଥିଲେ । କିନ୍ତୁ ସେହିଠାରୁ ଆଜିପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିନାହିଁ । ପରିବାର ଲୋକେ ଆତ୍ମୀୟସ୍ବଜନ ଓ ପାଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଫଳ ହୋଇନଥିବାରୁ ଜୋଙ୍କ ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ସମୟରେ ଘୁନେଶ୍ବରଙ୍କ ଦେହରେ ଲାଲ ରଙ୍ଗର ଗେଞ୍ଜି ଓ ସବୁଜ ରଙ୍ଗର ଫୁଲ ପ୍ୟାଣ୍ଟ ଥିଲା । ତାଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୫ ଇଞ୍ଚ ହୋଇଥିବାବେଳେ ସେ ମାନସିକ ଭାବେ ଭିନ୍ନକ୍ଷମ ଏବଂ ଶ୍ରବଣ ଶକ୍ତି ମଧ୍ୟ କମ ଥିବା ଜଣାଯାଇଛି । ଏହି କାରଣରୁ ପରିବାର ଲୋକଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି ଲାଗିଛି । ଏନେଇ ପୋଲିସ ତଦନୁ ଆର ଆରମ୍ଭ କରିଥିବାବେ ବେଳେ, ଯଦି କୌଣସି ବ୍ୟକ୍ତି ଘୁନେଶ୍ବରଙ୍କୁ ରଙ୍କୁ କେଉଁଠି ଦେଖୁଥାନ୍ତି କିମ୍ବା ଧୂଥାନ୍ତି କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଥାନ୍ତି, ତେବେ ତୁରନ୍ତି ଜୋଙ୍କ ଥାନାର ଫୋନ୍ ନମ୍ବର ୦୬୬୭୮-୨୨୫୩୩୩ ରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଆପଣଙ୍କର ଙ୍କର ଗୋଟିଏ ସୂଚନା ଜଣେପରିବାରକୁ ପୁଣିଥରେହସ ଫେରାଇ ଆଣିପାରେ ବୋଲି ଗ୍ରାମବାସୀ ଆବେଗଭରା ଅନୁରୋଧ କରିଛନ୍ତି ।