Hot Posts

6/recent/ticker-posts

ରବିଚାଷ ର ଧାନ ବିକ୍ରୟ ନିମନ୍ତେ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା

କଳାହାଣ୍ଡି, ୨୨/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ରବି ଋତୁରେ ଧାନ ଚାଷ କରିଥିବା ଜୟପାଟଣା, କୋକସରା, ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳର ଚାଷୀମାନଙ୍କ ଧାନ କ୍ରୟ କରିବା ପାଇଁ ଆଜି କଳାହାଣ୍ଡି କୃଷକ ମୋର୍ଚ୍ଚା ସଭାପତି ସୁଧୀର କୁମାର ମୁଣ୍ଡ ଙ୍କ ଅଧକ୍ଷତା ରେ ଜିଲ୍ଲା ସାଧାରଣ ସମ୍ପାଦକ କୃଷକ ମୋର୍ଚ୍ଚା ଶ୍ରୀଯୁକ୍ତ ଇଂ ଦୀନେଶ କୁମାର ରାଉତ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଶୁଭ୍ରାଂଶୁ ମୋହନ ପାଢ଼ୀ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଜୀରାଜ୍ୟ ସାଧାରଣ ସଂପାଦକ ସଂଗଠନ ର ଶ୍ରୀ ମାନସ କୁମାର ମହାନ୍ତି ଓ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଓଡିଶା ସରକାର ଶ୍ରୀଯୁକ୍ତ କେ. ଭି. ସିଂ ଦେଓ ଙ୍କୁ ସାକ୍ଷାତ କରି ଏହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ସମୟରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଜୁଗଳ କିଶୋର ପୋଡ଼ ମଧ୍ୟ ଉପସ୍ଥିତ ଥିଲେ । ଆଉ ଉପ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ମଧ୍ୟ ଦେଲେ ଯେ ଅତି ଶୀଘ୍ର ରାଜ୍ୟ ସରକାର ଧାନ କିଣିବା ପାଇଁ ଚେଷ୍ଟା କରିବେ। ବିଜେପି ସରକାର ଲୋକଙ୍କର ସରକାର, ଚାଷୀ ମାନଙ୍କ ହିତ କୁ ଦୃଷ୍ଟିରେ ରଖି ଅତିଶୀଘ୍ର ଧାନ କ୍ରୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ।



 କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ I