ବିଶ୍ୱନାଥପୁର ମଣ୍ଡଳ ରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ
ଲାଞ୍ଜିଗଡ, ୦୧/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟଳୟ ବିଶ୍ୱନାଥପୁର ଠାରେ ବିଶ୍ୱନାଥପୁର ମଣ୍ଡଳ ବି. ଯେ. ପି ତରଫରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇ ଯାଇ ଅଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ଥବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଶର୍ମିଷ୍ଠା ନାୟକ ଲାଞ୍ଜିଗଡ ବ୍ଲକ ଅଧକ୍ଷା କମଳା ପାତ୍ର ଓ ବି ସି ମୋର୍ଚା ସଭାପତି ମିଲନ କୁମାର ମହାପାତ୍ର ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି ସହ ପ୍ରଭାରୀ ସୁବାସ ଅଗ୍ରୱାଲ ସମ୍ପାଦକ ଗୌତମ କୁମାର ନାଗ ଅମରେଶ କୁମାର ବୁଦ୍ଧିଆ ଉପ ସଭାପତି ସୁନୀଲ ବାଗ ଦେବ ପଟେଲ ବରିଷ୍ଠ କର୍ମ କର୍ତା ଅନନ୍ତ ପ୍ରଧାନୀ ସମାଜ ସେବି ହରିଶଙ୍କର ପାତ୍ର ବିଶ୍ୱନାଥ ମଣ୍ଡଳ ମିଡ଼ିଆ ସେଲ ସମ୍ପାଦକ ଶେଖର ସୁମନ ଦାଶ ପ୍ରମୁଖ ଇଣ୍ଡି ମେଣ୍ଟ ଓ କଂଗ୍ରେସ ବିରୋଧ ରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇ ଥିଲା l
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ