Hot Posts

6/recent/ticker-posts

କଟକରେ ବ୍ରାଉନ ସୁଗାର ଚାଲାଣ ବେଳେ ଚଢାଉ, ଜଣେ ଗିରଫ

କଟକ, ୨୯/୦୫ ( କାହୁଁ ଚରଣ ବାରିକ ) : ମଧୁସୂଦନ ଦାସ ସେତୁ ନିକଟରେ ବ୍ରାଉନ ସୁଗାର ଚାଲାଣ ସମୟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବଡ଼ ସଫଳତା ମିଳିଛି। ଚଢାଉ କରି ବିଭାଗ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ୍ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଅବକାରୀ ଗୁଇନ୍ଦା ଟିମ୍ ଚଢାଉ କରି ଏହି ଚାଲାଣକୁ ରୋକିଥିଲା। ଜବତ୍ ନିଶାଦ୍ରବ୍ୟ କେଉଁଠୁ ଆସିଥିଲା ଓ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ଅଧିକ ତଦନ୍ତ ଜାରି ରହିଛି। ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚା ବଢ଼ିଥିବା ବେଳେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି।