ଅବହେଳିତ ନୟନଯୋଡ଼ି ନାଳ ବର୍ଷ ବର୍ଷ ଧରି ହୋଇନି ପୁନରୁଦ୍ଧାର।ପୁନରୁଦ୍ଧାର କରିବାକୁ ବସ୍ତା ବିଧାୟିକାଙ୍କୁ ଦାବି କଲେ ଚାଷୀ ଓ ଜନସାଧାରଣ l
ବାଲେଶ୍ୱର, ୨୯/୦୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ବର ଜିଲ୍ଲା,ଲକ୍ଷ୍ମଣନାଥ ଠାରୁ ହଳଦିପଦା ପର୍ଯ୍ୟନ୍ତ ଏନ ଏଚ ୧୬ ଉଭୟ ପାର୍ଶ୍ବରେ ଥିବା ନୟନ ଯୋଡ଼ି (ନାଳ) ଅବହେଳିତ ଅବସ୍ଥାରେ ରହିଛି।ବର୍ଷ ବର୍ଷ ଧରି ହୋଇନି ପୁନରୁଦ୍ଧାର l ପୋତି ହୋଇଗଲାଣି ନୟନ ଯୋଡ଼ି(ନାଳ)।ପୋତି ଯିବା ଫଳରେ ବର୍ଷା ଦିନ ଆସିଲେ ଚାଷୀ ହଇରାଣ ହର କତ ହେଉଥିବା ବେଳେ ପାଣି ନିଷ୍କାସନ ହୋଇ ନ ପାରି ଗାଆଁ ଗହଳିରେ ପ୍ରବେଶ କରିବା ବେଳେ ଗାଆଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ହେଲେ ପ୍ରତିବର୍ଷ ଲୋକେ ହଇ ରାଣ ହରକତ ହେଉଥିବା ଜିଲ୍ଲା ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଦୀର୍ଘ ବର୍ଷ ହେବ ଦେଖୁଥିବା ବେଳେ ଏହି ନାଳ ପୁନରୁ ଦ୍ଧାର ଓ ଲୋକଙ୍କ ପ୍ରତି କାହାରି ଦରଦ ନଥିବା ଭଳି ମନେ ହେଉଛି।ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି।ହେଲେ ଏହି ଅଞ୍ଚଳର ଚାଷୀ ଓ ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ନୟନଯୋଡି ହେବ ହେବ ହୋଇ ନ ଥିବାରୁ ନୟନଯୋଡ଼ି ବଣ ଜଙ୍ଗଲରେ ପୋତି ହେବାକୁ ବସିଲାଣି। ସ୍ଥାନୀୟ ଲୋକେ ବାରମ୍ବାର ଦାବି ସତ୍ତ୍ବେ ବର୍ଷ ବର୍ଷ ପୁନରୁଦ୍ଧାର କାର୍ଯ୍ୟ ଗଡ଼ିଚାଲିଛି।ଅନ୍ୟପଟେ ଏ ଏଚ ୧୬ ଉଭୟ ପାର୍ଶ୍ବରେ ଥିବା ଢ଼ାବା,ହୋଟେଲ ଗଢି ତୋଳିଥିବା ବ୍ୟବସାୟୀ ମାନେ ହୋଟେଲ ଓ ଢାବାକୁ ଯିବା ଆସିବା କରିବାକୁ ନୟନ ଯୋଡିକୁ ପୋତି ଦେଇ ରାସ୍ତା କରିଥି ବାରୁ ବର୍ଷା ଦିନେ ପାଣି ନିଷ୍କାସନ ଘୋର ଅସୁବିଧା ସମ୍ମୁଖିନ ହେଉ ଛନ୍ତି ଚାଷୀ।ଫଳରେ ଅବହେଳାର ଶିକାର ହୋଇଥିବା ଚାଷୀଙ୍କ ସମସ୍ୟା ବଢୁଥିବାରୁ ଅଭିଯୋଗ ହୋଇଛି।ତେବେ ପୁନରୁଦ୍ଧାର ପାଇଁ ବରୁଣଗଡିଆ ପଞ୍ଚାୟତର ଚାଷୀ ଓ ଜନସାଧାରଣ ମଙ୍ଗଳ ବାର ବସ୍ତା ବିଧାୟିକା ସୁବାସିନି ଜେନାଙ୍କୁ ଭେଟି ସମସ୍ୟା ବିଷୟ ରେ ଅବଗତ କରାଇଥିଲେ।ବିଧାୟିକା ଶ୍ରୀମତୀ ଜେନା ଅଭିଯୋଗ ପାଇବା ମାତ୍ରେ ବିଭାଗୀୟ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଯାଇ ସମସ୍ୟାର ସମାଧାନ (ପୁନରୁଦ୍ଧାର) ଦିଗରେ ବିହିତ ପଦ କ୍ଷେପ ନେବାକୁ କହିଥିଲେ।ତେବେ ବୁଧୁବାର ବିଭାଗୀୟ ଅଧିକାରୀ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଯଥାଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ କରିଯିବା ବୋଲି ଚାଷୀ ଓ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ । ସେହିପରି ଇଣ୍ଡିରାଛକ ଠାରୁ ଅମର୍ଦାରୋଡ ବାଜାର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ନାଳ ପୋତି ଦେଇ ଘରକୁ ଯିବା ରାସ୍ତା କରିଥିବାରୁ ନାଳ ପାଣି ନିଷ୍କାସନ ହେଉ ନ ଥିବାରୁ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ଷା ପୂର୍ବରୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l