Hot Posts

6/recent/ticker-posts

ଅଧାରେ ରହିଗଲା ରିପିଆର କାମ! ଆଡାସିପଡା–ଟିଟ୍ରାପଙ୍ଗା PMGSY ସଡ଼କରେ ଖାଲ ଢିପ ଛାଡି ଫେରିଗଲେ ଠିକାଦାର

ଖଜୁରୀପଡ଼ା, ୧୮/୦୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସିପଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଆଡାସିପଡା–ତିଲକପଡା ରାସ୍ତାର ରକ୍ଷଣାବେକ୍ଷଣ କାମରେ ଅନିୟମିତତା ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।୨୦୧୯ ଜୁନ ୧୭ ତାରିଖରେ ନିର୍ମାଣ ହୋଇଥିବା ଏହି ରାସ୍ତାର ରକ୍ଷଣାବେକ୍ଷଣ ଅବଧି ୨୦୨୫ ପର୍ଯ୍ୟନ୍ତ ଥିବା ସତ୍ତ୍ୱେ, ଠିକାଦାର ଆସି କେବଳ କିଛି ସ୍ଥାନରେ ରିପିଆର କାମ କରି ଅନ୍ୟାନ୍ୟ ସ୍ଥାନରେ ଥିବା ଖାଲ ଓ ଢିପକୁ ସେହିଭଳି ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି।ଏହାର ପରିଣାମରେ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେଉଥିବା ସହ ଯାତାୟାତ କରିବାରେ ସାଧାରଣ ଲୋକମାନେ ବହୁତ ଦୁର୍ଘଟଣା ଓ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏନେଇ ଅଞ୍ଚଳର ଦେବାଶିଷ ସାହାଣୀ ଓ ମନୋଜ କୁମାର ବେହେରା ଠିକାଦାରଙ୍କୁ ପଚାରିବା ପରେ “ଯେତିକି କାମ ହେବାକୁ ଥିଲା ସେତିକି ହୋଇଛି, ଆହୁରି କାମ ହେବ ନାହିଁ” ବୋଲି କହିଥିବା ଜଣାପଡ଼ିଛି। ଏହିପରି ଉତ୍ତର ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠାଇଛି।ସରକାରୀ ନିୟମ ଅନୁସାରେ ପାଞ୍ଚ ବର୍ଷ ମଧ୍ୟରେ ରାସ୍ତାର କ୍ଷୟକ୍ଷତି ସମସ୍ତ ଠିକ କରାଯିବା କଥା ଥିଲେ ମଧ୍ୟ, ତାହା ପ୍ରାୟୋଗିକ ଭାବେ ହେଉନଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହି ପରିସ୍ଥିତିରେ ପ୍ରଶାସନ ଯଥାଶୀଘ୍ର ହସ୍ତକ୍ଷେପ କରି ଉକ୍ତ ରାସ୍ତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଯଦି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନ ନିଅନ୍ତି ତେବେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ।