Hot Posts

6/recent/ticker-posts

ଘରପୋଡ଼ି ଘଟଣା ପୀଡିତ ପରିବାର ପାଖରେ ପହଞ୍ଚିଲେ ବିଧାୟକ ଉମା ଚରଣ ମଲ୍ଲିକ, ସହାୟତା ପାଇଁ ପଦକ୍ଷେପ

ଚକାପାଦ, ୧୭/୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାରେ ଘଟିଥିବା ଘରପୋଡ଼ି ଭଳି ଅଭାବନୀୟ ଘଟଣା ପୀଡିତ ପରିବାର ପାଖରେ ପହଞ୍ଚି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ଫୁଲବାଣୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସେ ନିଜ ବ୍ୟକ୍ତିଗତ କାର୍ଯ୍ୟସୂଚୀକୁ ବାତିଲ କରି ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ୍ ଅନ୍ତର୍ଗତ କାଢ଼ପଦର ଗ୍ରାମର ପୀଡିତା ଶ୍ରୀମତୀ ଧରିତ୍ରୀ କହଁରଙ୍କ ଘର ପୋଡ଼ି ଯାଇଥିବାରୁ ସେ ବହୁତ ଦୁଃଖଦ ପରିସ୍ଥିତିରେ ଅଛନ୍ତି। ଏହି ଖବର ପାଇ ବିଧାୟକ ଶ୍ରୀ ମଲ୍ଲିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଦିବ୍ୟରଞ୍ଜନ ଡାକୁଆଙ୍କ ସହିତ ନିଜ ଟିମ୍ ସହ ପୀଡିତ ପରିବାରଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ।ସେଥିରେ ବିଧାୟକ ପୀଡିତାଙ୍କ ବର୍ତ୍ତମାନ ବସବାସ ବ୍ୟବସ୍ଥା ଓ ଖାଦ୍ୟପେୟ ସମ୍ପର୍କରେ ଖୋଜଖବର ନେଇ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହାସହିତ ପୀଡିତ ପରିବାର ପାଇଁ ଆବାସ ବ୍ୟବସ୍ଥା କରିବାକୁ ବ୍ଲକ୍ ପ୍ରଶାସନ ସହ ଯୋଗାଯୋଗ କରି ଶୀଘ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ନିଜ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ଦୁଃଖ-ଦୁର୍ଦ୍ଦଶାରେ ସତ୍ୱର ପ୍ରତିକ୍ରିୟା ଦେଇ ଘଟଣାସ୍ଥଳରେ ପହଞ୍ଚିବା ଓ ସହାୟତାର ହାତ ବଢ଼ାଇବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ପ୍ରତି ପ୍ରଶଂସା ଦେଖାଯାଇଛି।