Hot Posts

6/recent/ticker-posts

ପ୍ରବାଦ ପୂରୁଷ ବିଜୁ ବାବୁଙ୍କ 29 ତମ ତିରୋଧାନ ଦିବସ ପାଳିତ

ରାୟଗଡ଼ା, ୧୭/୦୪ ( ଭି. ଗୌରୀ ଶଙ୍କର ରାଓ ) : ଓଡ଼ିଶାର ଗୌରବ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଦେଶର ସ୍ୱାଧୀନତା ସଂଗ୍ରାମରୁ ଓଡ଼ିଶା ନିର୍ମାଣ ପର୍ଯ୍ୟନ୍ତ ତାଙ୍କ ଭୂମିକା ବଳିଷ୍ଠ। ପଞ୍ଚାୟତିରାଜକୁ ସୁଦୃଢ କରି ଲୋକଙ୍କ ହାତରେ କ୍ଷମତା ଦେଇଥିଲେ। ରାଜନୀତିରେ ମହିଳା ସଂରକ୍ଷଣ, ଶିଳ୍ପ ବିକାଶରୁ ଓଡ଼ିଆ ସ୍ୱାଭିମାନ ରକ୍ଷା ପର୍ଯ୍ୟନ୍ତ ତାଙ୍କ ଅବଦାନ ଅତୁଳନୀୟ। ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ବିଜୁ ଜନତା ଦଳ ଓଡ଼ିଶା ମାଟିର ସେବାରେ ସଦା ସମର୍ପିତ। ରାୟଗଡା ଜିଲ୍ଲା ରବ ସଭାପତି ଜଗନ୍ନାଥ ଶାରକା ରାୟଗଡା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଥନୀ ଅନୁସୟା ମାଝୀ, ତ୍ତ୍ଵାବଦାନ ରେ ବିଜୁ ଜନତା ଦଳର ମାନ୍ୟ ଗଣ କର୍ମୀ ବିଜୁ ଛାତ୍ର ଦଳର ଯୁବକ ମାନେ ଏକତ୍ରିତ ହୋଇ ସ୍ଥାନୀୟ ବସ ନିକଟରେ ବିଜୁ ବାବୁ ପ୍ରତି ମୃତ୍ତିରେ ପୁଷ୍ପମାଳା ଅର୍ପଣ କରିଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।