ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କଲା ପାଟଣା ବ୍ଲକ ଅଲିଭା ମହାସଙ୍ଘ
ପାଟଣା, ୦୪/୦୪ ( ଦଶରଥ ବାରିକ ) : ପାଟଣା ବ୍ଲକରେ କାର୍ଯ୍ୟ ରତ ପଞ୍ଚାୟତ ପ୍ରତିନିଧି ଙ୍କୁ ନେଇ ଗଠିତ ହୋଇଥିବା ଅଲିଭା ମହାସଙ୍ଘ ମଙ୍ଗଳବାର ଦିନ ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ଆଦର୍ଶ ଗ୍ରାମ ପଞ୍ଚାୟତ କୁ ପରିଦର୍ଶନ ରେ ଯାଇଥିଲେ।ଘଟଗାଁ ଯିବା ପୂର୍ବରୁ ପାଟଣା ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସାମାଜିକ କର୍ମୀ ମିତ୍ରଭାନୁ ମହାନ୍ତ ଅଲିଭା ମହାସଂଘ ସଭାପତି ରଙ୍ଗଳତା ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସଂଘ ର କାର୍ଯ୍ୟକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ।ବ୍ଲକ ପରିସରରୁ ଏକ ଵସ ଯୋଗେ ଆଦର୍ଶ ପଞ୍ଚାୟତ ଭାବେ ସର୍ଵ ଭାରତୀୟ ସ୍ତରରେ ପୁରସ୍କାର ପାଇଥିବା ମୁକୁନ୍ଦପୁରପାଟଣା ପଞ୍ଚାୟତ କୁ ଯାତ୍ରା କରିଥିଲେ।ଘଟଗାଁ ପହଞ୍ଚି ମା ତାରିଣୀ ଙ୍କୁ ଦର୍ଶନ କରିବା ପରେ ମୁକୁନ୍ଦପୁରପାଟଣା ପଞ୍ଚାୟତ ସରପଞ୍ଚ ଅର୍ଣ୍ଣପୂର୍ଣା ଦେହୁରୀ ଙ୍କୁ ଭେଟି ପଞ୍ଚାଚୟତ କାର୍ଯ୍ୟ ଶୈଳୀ ବିଷୟରେ ଆଲୋଚନା କରିଥିଲେ।ଏହି ଆଲୋଚନା ବେଳେ ପଞ୍ଚାୟତ ର ବଜେଟ ପରିଚାଳନା, ସ୍ୱଚ୍ଛ ଭାରତ ଯୋଜନାର କାର୍ଯ୍ୟକାରିତା,ପାନୀୟ ଜଳ ପରିଚାଳନା,ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶ ସୁରକ୍ଷା, ଗରିବ ହିତାଧିକାରୀଙ୍କୁ କିପରି ପଞ୍ଚାୟତ କାର୍ଯ୍ୟାଳୟ ରେ ସେବା ଯୋଗାଇ ଦିଆଯାଉଛି ସେବିଷୟରେ ବିଷଦ ଆଲୋଚନା କରାଯାଇଥିଲା