Hot Posts

6/recent/ticker-posts

ସମଗ୍ର ଶିକ୍ଷଣ ସାମଗ୍ରୀ ତାଲିମ୍ ଶିବିର ଉଦଯାପିତ

ଜୟପୁର, ୧୮/୦୪ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଦକ୍ଷିଣ ପ୍ରାଥମିକ ଗୋଷ୍ଠୀ ସାଧନ କେନ୍ଦ୍ର ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ସୁନାରି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତା ୧୭.୦୪.୨୦୨୬ ଓ ୧୮.୦୪.୨୦୨୬ ରିଖ ଦୁଇ ଦିନ ଧରି ସମଗ୍ର ଶିକ୍ଷଣ ସାମଗ୍ରୀ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା ଶ୍ରୀ ମତି ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ଦକ୍ଷିଣ ପ୍ରାଥମିକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ପ୍ରକାରର ସମଗ୍ର ଶିକ୍ଷଣ ସାମଗ୍ରୀ ତିଆରି କରିଥିଲେ ଯାହାକି ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଶ୍ରୀ ଚନ୍ଦନ କୁମାର ନାୟକ ସୁଚନା ଦେଇଥିଲେ, ଆଜିର ଏହି ଉଦଯାପନି ଉତ୍ସବରେ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ଶ୍ରୀ କେ ଗୋପାଳ ସହକାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ଶ୍ରୀ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଜୟପୁର ଯୋଗଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମ କୁ କେ ସୁନିତା ପ୍ରଧାନ ଶିକ୍ଷୟିତ୍ରୀ, ମନ୍ଦାକିନୀ ମିଶ୍ର, ବବିତା ପାତ୍ର, ପଦ୍ମଜା ଷଡ଼ଙ୍ଗୀ, ଗିତାଞ୍ଜଳି ପଣ୍ଡା ସହକାରୀ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ର ଆୟଜନ କରିଥିଲେ, ଶ୍ରୀ ପଞ୍ଚାନନ ମିଶ୍ର ସମଗ୍ର ଶିକ୍ଷଣ ସାମଗ୍ରୀ ବିଷୟରେ ସମସ୍ତ ଙ୍କୁ ତାଲିମ୍ ଦେଇଥିବାରୁ ଶିବିର ତରଫରୁ ତାଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା