କାଳିଦା ରେ ଦ୍ୱିଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଘାଟିତ
କାଳିପଦା, ୧୮/୦୪ ( ସନ୍ୟାସୀ ବେହେରା ) : କାଳିପଦା ଯୋଗ ସମିତି ଦ୍ୱାରା ପରିଚାଳିତ ପଞ୍ଚାୟତ ସ୍ତରୀୟ ଦ୍ୱିଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କାଳିପଦା, ନାଉଡ଼ା, ଜଗାଇ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୋଗ ଶିକ୍ଷକ ଜଗନ୍ନାଥ ଦେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ବାଲିଆପାଳ ବ୍ଲକର ପ୍ରତିଟି ପଞ୍ଚାୟତରେ, ପ୍ରତିଟି ଗ୍ରାମରେ ଦୈନନ୍ଦିନ ଯୋଗ ଅଭ୍ୟାସ କରାଇ ଏକ ରୋଗମୁକ୍ତ ଜୀବନର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମଟି ଆରମ୍ଭ ହୋଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଘାଯତୀନ ସ୍ମୃତି ପରିଷଦର ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଅଭିଭାଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ବିକାଶର ସମ୍ପାଦକ ଶ୍ରୀ ଗୋବିନ୍ଦ ବଲ୍ଲଭ ଦଳାଇ, ପ୍ରଶିକ୍ଷିକା ମଧୁସ୍ମିତା ରାଉତ, ବିଜେପି କାଳିପଦା ମଣ୍ଡଳର ପୂର୍ବତନ ସଭାପତି ତଥା ମୁନି ସମାଜର ପ୍ରଶିକ୍ଷକ ରତ୍ନାକର କୁହ୍ଲାରି ଆଦି ଯୋଗ ଦେଇ ନିଜର ବ୍ୟକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀରାମପୁର, ମଧୁପୁରା, ବାଲିଆପାଳ, ପ୍ରତାପପୁର, ଚଉମୁଖ, ଅଳାଡ଼ିହା, ଅସ୍ତି, ବିଷ୍ଣୁପୁର, ଡ଼ଗରା, ବଡ଼ାସ ଆଦି ପଞ୍ଚାୟତରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୟନ୍ତ କୁମାର ଦାସ, ମନ୍ମଥ ପାତ୍ର, ମମତା ଦାସ, ରବିନ୍ଦ୍ର କର, ପରମାନନ୍ଦ ରାଉଳ, ମନୋରଞ୍ଜନ ବେହେରା, ନିର୍ମଳା ପ୍ରଧାନ, ନଳିନୀକାନ୍ତ ପାଢୀ, ସୁଜାତା ଦାସ, ଅଜିତ୍ କୁମାର କର, ହେମନ୍ତ କୁମାର ମୁଖୀ, ରାଖାଲ ମାଇତି, ଜୟକୃଷ୍ଣ ନାୟକ, ଦିପିକା ମାହେଶ୍ୱରୀ, ପ୍ରିୟଦର୍ଶିନୀ ଦାସ, ସୁଦାମ ଚରଣ ଦାସ, ପୁର୍ଣ୍ଣଚନ୍ଦ୍ର ଜେନା, ଜଗଦୀଶ ପରିଡ଼ା, ଭାଗ୍ୟଲକ୍ଷ୍ମୀ ରାଉତ ଆଦି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।