Hot Posts

6/recent/ticker-posts

ବରିଷ୍ଠ ସାମ୍ବାଦିକ କୃଷ୍ଣକାନ୍ତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି, ଶୋକସଭା ଆୟୋଜିତ

ରାୟଗଡା, ୧୮/୦୪ ( ଭି. ଗୌରି ଶଙ୍କର ରାଓ ) : ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ କୃଷ୍ଣକାନ୍ତ ଜେନାଙ୍କ ଅସୁସ୍ଥତା ହେତୁ ଦେହାନ୍ତ ଘଟିଥିବାରୁ ସମଗ୍ର ରାୟଗଡା ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ଗ୍ରୀନ୍ ରାୟଗଡାର ପ୍ରତିଷ୍ଠାତା ସଦସ୍ୟ ଭାବେ ସେ ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ସେହିପରି ରାୟଗଡା ୱାକର୍ସ କ୍ଲବ, ଲାୟନ୍ସ କ୍ଲବ ଓ ସ୍ୱାମୀ ବିବେକାନନ୍ଦ ସେବା ସମିତି ସହିତ ସଂପୃକ୍ତ ରହି ସମାଜସେବାରେ ସକ୍ରିୟ ଥିଲେ। ତାଙ୍କ ସ୍ମୃତିରେ ସ୍ଥାନୀୟ ସଂସ୍କୃତି ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସଭାରେ ADM ନବୀନ, ଶିକ୍ଷାବିତ୍ ଦୁଷ୍ମନ୍ତ ମହାନ୍ତି, ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ସୁଭ୍ର ପଣ୍ଡା ସହ ବହୁ ସାମ୍ବାଦିକ ଓ ସମାଜସେବୀ ଉପସ୍ଥିତ ହୋଇ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତାମାନେ ତାଙ୍କୁ ଜଣେ ସହଜ ସ୍ୱଭାବର, ନିଷ୍ଠାବାନ୍ ସାମ୍ବାଦିକ ଓ ନିର୍ମୋହ ସମାଜସେବୀ ଭାବେ ସ୍ମରଣ କରିଥିଲେ। ସମସ୍ତେ ତାଙ୍କ ଅପରିମିତ ଅବଦାନକୁ ସ୍ମରଣ କରି ଆତ୍ମାର ଶାନ୍ତି କାମନା କରିଥିଲେ ଓ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ। ପ୍ରଖ୍ୟାତ ସାମ୍ବାଦିକ ଯୋଗେଶ୍ୱର ଦାସ ସଭାର ପରିଚାଳନା କରିଥିଲେ।