ଅନ୍ଧାରୀ ଦେଵୀ ପର୍ବତ ର ଉନ୍ନତି ପାଇଁ ଓଡିଶା ସରକାରଙ୍କ ୧.୫୪କୋଟି ଟଙ୍କା ମଞ୍ଜୁରୀ
ଲଇକେରା, ୦୯/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଳକ ଅନ୍ତର୍ଗତ କୁଅଁରମାଲ,ପାଖେଲଖୋଲ ର ମାଁ ଅନ୍ଧାରୀ ଦେବୀ ପାହାଡର ସମଗ୍ର ଉନ୍ନୟନ ପାଇଁ ଓଡିଶା ସରକାରଙ୍କ ତରଫରୁ ୧.୫୪ କୋଟି ଟଙ୍କାର ଅନୁମୋଦନ ମଞ୍ଜୁରୀ ମିଳିଥିବାରୁ ହୃଦୟପୂର୍ବକ ଆନନ୍ଦ ଓ କୃତଜ୍ଞତା ।ଏହି ଉନ୍ନୟନ ପଦକ୍ଷେପ ଅଞ୍ଚଳର ପର୍ଯ୍ଯଟନ ସମ୍ଭାବନାକୁ ଆରୋହଣ କରିବା ସହିତ ସ୍ଥାନୀୟ ଲୋକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତିକୁ ନୂତନ ଗତି ଦେବ ।ଏହି ପାଇଁ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ବିଶେଷ ଭାବରେ ରାଜ୍ୟର ଉପ-ମୂଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଝାରସୁଗୁଡା ଜିଲ୍ଲାବାସୀଙ୍କ ପକ୍ଷରୁ ହୃଦୟଙ୍ଗମ ଜ୍ଞାପନ କଲେ ମାନ୍ୟବର ଝାରସୁଗୁଡା ବିଧାନସଭା ଆସନର ଯୁବ ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମହୋଦୟ ।( ନବଦୂତ ନ୍ୟୁଜ)