Hot Posts

6/recent/ticker-posts

ଜୟପୁର ଚେମ୍ବର ଅଫ୍ କମର୍ସର ନୂତନ କାର୍ଯ୍ୟକାରୀ କମିଟି ଗଠନ, ସଞ୍ଜୟ ଜୈନ ସଭାପତି

ଜୟପୁର, ୧୫/୦୪ ( ଏ. ଭେଙ୍କଟ ରାଓ ) : ଜୟପୁର ଚେମ୍ବର ଅଫ୍ କମର୍ସର କାର୍ଯ୍ୟକର୍ତ୍ତା ଚୟନ କମିଟି ବୈଠକ ବେଦିକା କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇ ନୂତନ କାର୍ଯ୍ୟକାରୀ କମିଟି ଗଠନ ହୋଇଛି।ଚଳିତ ବର୍ଷ ୧୨ ଏପ୍ରିଲ ୨୦୨୬ ରେ ଅନୁଷ୍ଠିତ ନିର୍ବାଚନରେ ୨୧ ଜଣ ନିର୍ଦ୍ଦେଶକ ବିଜୟୀ ହୋଇଥିଲେ। ଏମାନଙ୍କ ମଧ୍ୟରୁ ସର୍ବାଧିକ ଭୋଟ ପ୍ରାପ୍ତ ଜୟପୁରର ପ୍ରତିଷ୍ଠିତ ବ୍ୟବସାୟୀ ସଞ୍ଜୟ କୁମାର ଜୈନଙ୍କୁ ୧୪ ଏପ୍ରିଲ ଦିନ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ନିୟୁକ୍ତ କରାଗଲା।ତା'ପରେ ଅନ୍ୟ ପଦବୀ ଚୟନ ପ୍ରକ୍ରିୟାରେ ଉପସଭାପତି ଭାବେ ଶତିସ ପାତ୍ର ଓ କେ. ଦିଲ୍ଲିପ ରେଡ୍ଡୀ, ସାଧାରଣ ସଂପାଦକ ଭାବେ ବି.ଶତିସ କୁମାର, କୋଷାଧ୍ୟକ୍ଷ ଭାବେ ସଞ୍ଜୟ କୁମାର ଜୈନ (ବମ୍ବେ ଷ୍ଟୋର୍) ଏବଂ ସହ-ସଂପାଦକ ଭାବେ ଲୋକନାଥ ପାତ୍ର ଓ ଅଙ୍କୁର ସୋନି ନିୟୁକ୍ତ ହୋଇଛନ୍ତି। ନିର୍ଦ୍ଦେଶକ ମଣ୍ଡଳୀରେ ଏ. ଶ୍ରୀନିବାସ ରାଓ, ବରୁଣ ଜୈନ, ବିଭୁଦତ ପାଢ଼ୀ, ସି.ଏଚ୍. କିଶୋର କୁମାର, ସି.ଏଚ୍. ଚନ୍ଦ୍ରେଶ ରାଠୋର୍, ଡି. ମାଧବ, ଦୀନେଶ ଶଙ୍କୁରି, ଗାମ୍ବେଲି ବସନ୍ତ ରାଓ, ଜି. ରାମ କ୍ରୀଷ୍ଣା, କେଲା ଇଶ୍ୱର ରାଓ, ମନୋଜ କୁମାର ଶାହା, ନିମାନୀ ଚୈତନ୍ୟା, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଓ ଭି. ପ୍ରଭାକର ମନୋନୀତ ହୋଇଛନ୍ତି। ନୂତନ ସଭାପତି ଶ୍ରୀ ଜୈନ ଜଣାଇଛନ୍ତି ଯେ ବର୍ତ୍ତମାନ ଚେମ୍ବରର ୮୪୦ ଜଣ ସଦସ୍ୟ ରହିଛନ୍ତି। ଆଗାମୀ ଦିନରେ ଛୋଟ-ବଡ଼ ସମସ୍ତ ବ୍ୟବସାୟୀଙ୍କୁ ସଂଗଠନ ଅନ୍ତର୍ଭୁକ୍ତ କରି ସଦସ୍ୟ ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଉପଦେଷ୍ଟାଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।