Hot Posts

6/recent/ticker-posts

ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଦାବି

କୋରାପୁଟ, ୧୪/୦୪ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ, ରାଜ୍ୟ ସଂଘ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଅଷୋନ୍ତଷ ବୃଦ୍ଧି ପାଉଛି, ପ୍ରତି ବୈଠକ ରେ ଏହି ଦାବି ଉପସ୍ଥାପନା କରିଯାଇଥିବା ନେଇ ଶଶୀଭୂଷଣ ଦାଶ୍ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି, ଶ୍ରୀ ଦାଶ୍ କହିଛନ୍ତି ଓଡ଼ିଶା ର ବିଭିନ୍ନ ଜିଲ୍ଲା ଏପରିକି ବାଲେଶ୍ଵର ରେ ମଧ୍ୟ ତ୍ରୟୋବାର୍ଷିକି ସମ୍ମିଳନି ହୋଇ ସାରିଛି ରାଜ୍ୟ ନେତୃବୃନ୍ଦ ଦିର୍ଘ ବର୍ଷ ହେବ ତାଙ୍କ ଅଞ୍ଚଳ ରେ ତ୍ରୟବାର୍ଷିକି ସମ୍ମିଳନି କରି ନିର୍ବାଚନ ବଦଳରେ ନିଜେ ନିଜେ ଚୟନ ହୋଇଯାଉଛନ୍ତି ଏହା ନିଶ୍ଚିତ ଭାବରେ ଦୁର୍ଭାଗ୍ୟ ଜନକ ଓ କୋରାପୁଟ ଜିଲ୍ଲା କୁ ସବୁ ବେଳେ ରାଜ୍ୟ ନେତୃବୃନ୍ଦ ଅଣଦେଖା କରୁଥିବା କହିଛନ୍ତି, ଯାହାବି ହେଲେ କୋରାପୁଟ ଜିଲ୍ଲା ରେ ରାଜ୍ୟର ତ୍ରୟବାର୍ଷିକି ସମ୍ମିଳନି କରି ମାନ୍ୟବର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମନୋମହୋନ ସାମଲ ଙ୍କୁ ତ୍ରୟବାର୍ଷିକି ସମ୍ମିଳନି ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ନିମନ୍ତେ ଅନୁରୋଧ କରିବା ପାଇଁ ସ୍ଥିର କରାଯାଇଥିବା ପ୍ରକାଶ କରିଛନ୍ତି, ଖୁବ୍ ଶିଘ୍ର ଏ ନେଇ ଚୁଡାନ୍ତ ହେବ ବୋଲି ଷ୍ପଷ୍ଟ କରିଛନ୍ତି, ଯଦି ରାଜ୍ୟ ନେତୃବୃନ୍ଦ ଏ ନେଇ କୌଣସି ବି ପ୍ରତିବନ୍ଧକ ସାଜନ୍ତି ତା ହେଲେ ନିଶ୍ଚିତ ଭାବରେ ସଂଘ ରେ ଫାଟ ହେବ ବୋଲି ଦୃଢେ଼ାକ୍ତି କରିଛନ୍ତି