Hot Posts

6/recent/ticker-posts

ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼, ୧୪/୦୪ ( ଭି. ଗୌରି ଶଙ୍କର ରାଓ ) : ଓଡ଼ିଆ ପକ୍ଷ ପାଳନ ଅବସରରେ ରାୟଗଡ଼ ବ୍ଳକ ତରଫରୁ ସୋମବାର ବ୍ଳକ ସଦଭାବନା ଗୃହରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା, ବିଡିଓ ସୁଜିତ ମିଶ୍ର, ଏବିଡିଓ କାଳୁଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ ଓ ଜୀବିକା ମିଶନର ସଂଯୋଜକ କ୍ଷୀରୋଦ ଚନ୍ଦ୍ର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ | ରାୟଗଡ଼ ବ୍ଳକରୁ ଦଶଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପାରମ୍ପରିକ ଖାଦ୍ୟ ପସରାରେ ସଭିଙ୍କ ମନମୋହିଥିଲେ | ଏଥିରେ ମାଣ୍ଡିଆ ପିଠା, ତମ୍ପ|, ଲଡୁ, କାକରା, ମଣ୍ଡା, ଆଦି ଖାଦ୍ୟ ଅଧିକ ଆଦୃତ ହୋଇଥିଲା | ଓଡ଼ିଆ ଭାଷା ଭଳି ଓଡ଼ିଆ ପାରମ୍ପରିକ ଖାଦ୍ୟର ସ୍ଵତନ୍ତ୍ର ଚାହିଦା ରହିଛି ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ | ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା | ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ |