Hot Posts

6/recent/ticker-posts

ଖଜୁରୀପଡ଼ା ଆମ୍ବେଦକର କଲେଜରେ ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ

ଖଜୁରୀପଡ଼ା, ୧୪/୦୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦର ମହକୁମା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଉତ୍ସବ ଉତ୍ସାହ ଓ ଗମ୍ଭୀରତାର ସହ ଅନୁଷ୍ଠିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ୍ବେଦକରଙ୍କ ଛବିରେ ପୁଷ୍ପମାଳ୍ୟ ଅର୍ପଣ ସହ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ମାନ୍ୟବର ବିଧାୟକଙ୍କ ଖଜୁରୀପଡ଼ା ବ୍ଲକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ ଓ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ମନୋଜ କୁମାର ପଣ୍ଡା , ଖଜୁରୀପଡ଼ା ଯୁବମୋର୍ଚ୍ଚା ସଭାପତି ସମିର ପ୍ରସାଦ ଝାଙ୍କର ଏବଂ ପୂର୍ବତନ କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମଲିକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରବୃନ୍ଦଙ୍କ ସକ୍ରିୟ ଅଂଶଗ୍ରହଣ ଦେଖାଯାଇଥିଲା। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଡ଼. ଆମ୍ବେଦକରଙ୍କ ଜୀବନ ସଂଘର୍ଷ, ସମାଜ ସୁଧାର ପ୍ରତି ତାଙ୍କ ଅମୂଲ୍ୟ ଅବଦାନ ଓ ସମାନତାର ଆଦର୍ଶ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଆମ୍ବେଦକରଙ୍କ ଚିନ୍ତାଧାରାକୁ ଅନୁସରଣ କରି ସମାଜ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।ଶେଷରେ କଲେଜର ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଜ୍ଞାପନ କରି ସଭାର ସମାପନ କରିଥିଲେ।