ରେଙ୍ଗାଲବେଢାରେ ନବ ନିର୍ମିତ ଶିବମନ୍ଦିର ପ୍ରତିଷ୍ଠା ସମ୍ପନ୍ନ
ଲଇକେରା, ୦୭/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଅଧିନସ୍ଥତ ରେଙ୍ଗାଲଵେଢା କିସାନ ପଡା ଦେହେରୀ ଡୁଙ୍ଗୁରୀ ଠାରେ ନଵ ନିର୍ମିତ ଶିବମନ୍ଦିର ପ୍ରତିଷ୍ଠା ଉତ୍ସଵ ସୋମବାର ସମ୍ପନ୍ନ ହୋଇଯାଇଛି ।ତିନି ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଶନିବାର ଦିନ କଳସ ଯାତ୍ରା, ବିଗ୍ରହମାନଙ୍କୁ ଧାନ୍ୟାଧିବାସ, ରବିବାର ଦିନ ମଣ୍ଡପ ପୂଜନ, ଦେବତା ପ୍ରାଣ ପ୍ରତିଷ୍ଠା, ହୋମ ଆରତୀ, ପୁଷ୍ପାଞ୍ଜଳୀ ଓ ସୋମଵାର ଦିନ ଶିଖର କଳସ ସ୍ଥାପନ, ପାର୍ଶ୍ୱଦେବତା ସ୍ଥାପନ, ବେଢା ପରିକ୍ରମା, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶୁଭ ଅବସରରେ ସୁଶାନ୍ତ ପଟେଲ ଓ ଧର୍ମପତ୍ନୀ ଭାରତୀ ପଟେଲ ମୂଖ୍ୟ କର୍ତ୍ତା ଭାବେ ତୁଳାଇଥିବାବେଳେ ଲଲିତ ପଟେଲ ଓ ବୀଣା ପଟେଲ, ବିଜୟ ପଟେଲ ଓ ବବିତା ପଟେଲ, ସୁମିତ ପଟେଲ ଓ ଦିପାଞ୍ଜଳୀ ପଟେଲ ଏବଂ ବିରେନ୍ଦ୍ର ପଟେଲ ଓ ଦୀପ୍ତିମୟୀ ପଟେଲ ସହ କର୍ତ୍ତା ଭାବେ ଦାୟିତ୍ୱ ତୁଳାଇଥିଲେ । ପ୍ରତିଷ୍ଠା ଉତ୍ସବରେ ରଜନୀକାନ୍ତ ପୁରୋହିତ ଓ ସଞ୍ଜିବ ପୁରୋହିତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରତିଷ୍ଠା ଉତ୍ସବର ଶେଷ ଦିବସରେ ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଳୀ ଦାସ, ଜିଲ୍ଲା ପରିଷଦ ସଭ୍ୟା ଜୋନ୍-ଖ ର ଅଞ୍ଜୁକ୍ତା ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭୁପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ତା ୦୫.୦୪.୨୦୨୬ ମସିହା ରବିବାର ସନ୍ଧ୍ୟାରେ ଅଞ୍ଜନା ଦେହୁରୀ ଓ ଲିପ୍ସା ଦାସଙ୍କ ଗ୍ରୁପ କିର୍ତ୍ତନ ଅନୁଷ୍ଠିତ ହୋଇଥିଲା ।ସେହିପରି ଭାବରେ ତା.୬.୦୪.୨୦୨୬ ମସିହା ସୋମବାର ଦିନ ସନ୍ଧ୍ୟାରେ ସୁପ୍ରସିଦ୍ଧ ଗାୟିକା ସୁନୀତା ସାହୁ ଓ ନିକିତା ସାହୁଙ୍କ କିର୍ତ୍ତନ ଧାରା ପରିବେଷଣ ହୋଇଥିବା ବେଳେ ମନ୍ଦିର ପ୍ରତିଷ୍ଠା କମିଟି ଓ ଗ୍ରାମବାସୀଙ୍କ ସ଼ହଯୋଗରେ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା ।