Hot Posts

6/recent/ticker-posts

ସାଲୁର ଘାଟିରେ ଟ୍ରକ ଦୁର୍ଘଟଣା, ଭୁବନେଶ୍ୱର-ବିଶାଖାପାଟଣା ରୁଟ୍‌ରେ ଯାତାୟାତ ଠପ୍

କୋରାପୁଟ, ୦୭/୦୪ ( ଗୋବିନ୍ଦ ତ୍ରିପାଠୀ ) : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଓଡିଶା ଆନ୍ଧ୍ର ସୀମାନୁ ସାଲୁର ଘାଟିରେ ଟ୍ରକ ଦୁର୍ଘଟଣା ଯାତାୟାତ ରେ ସମସ୍ୟା ଦେଖା ଦେଇଛି। ଭୁବନେଶ୍ବର ଓ ବିଶାଖାପାଟଣା ରୁ କୋରାପୁଟ ଆସୁଥୁବା ଗାଡି ସେଇ ଭଳି କୋରାପୁଟ ରୁ ବିଶାଖାପାଟଣା କୁ ଯାଉଥୁବା ଗାଡି ଗୁଡିକ ଉଭୟ ପାର୍ଶ୍ବ ରେ ଅଟକି ରହିଛି। ଉଭୟ ପାର୍ଶ୍ବ ରେ ନାଇଟ ବସ ଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ରହିଥ‌ିବା ଯୋଗୁଁ ଯାତ୍ରୀ ମାନେ ନାହିଁ ନ ଥୂବା ଅସୁବିଧାର ଶମୁଖୂନ ହେଉଛନ୍ତି। ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କ୍ରେନ ସାହାର୍ଯ୍ୟ ରେ ଟ୍ରକ ଟିକୁ ହରାଇବା ପାଇଁ ଚେଷ୍ଟା କରୁଛି। ଛୋଟ ଛୋଟ ଗାଡି ଗୁଡିକ ଯାତାୟାତ କରୁଥିବା ବେଳେ ବଡ଼ ଗାଡି ଗୁଡିକ ଯାତାୟାତ ରେ ସମସ୍ୟା ଦେଖା ଦେଇଛି।