Hot Posts

6/recent/ticker-posts

ଗୋପବନ୍ଧୁ ରମାଦେବୀ ଆଶ୍ରମରେ ସ୍ୱଗଣନା କାର୍ଯ୍ୟକ୍ରମ: ବରୀ ତହସିଲର ସକ୍ରିୟ ପଦକ୍ଷେପ

ବରୀ, ୧୪/୦୪ ( ରଂଜିତ ମହାନ୍ତି ) : ବରୀ ତହସିଲ ପକ୍ଷରୁ ଗୋପବନ୍ଧୁ ରମାଦେବୀ ଆଶ୍ରମ ପରିସରରେ ଆଜି ସ୍ୱଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଏଥିରେ ବିଡ଼ିଓ ଅସିତ କୁମାର ମହାନ୍ତି, ତହସିଲଦାର ଦୀପ୍ତିମୟୀ ବେହେରା, ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠୀ, ଅତିରିକ୍ତ ତହସିଲଦାର ବିଜୟ କୁମାର ମାରାଣ୍ଡି, ମୁଖ୍ୟକିରାଣୀ ଅଶୋକ କୁମାର ସ୍ୱାଇଁ, ସୁବ୍ରତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ l ଏଥିରେ ବରୀ ବ୍ଲକର ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ସଭ୍ୟା, ଗଣମାଧ୍ୟମ ପ୍ରତିନିଧି, ବରୀ ବାର ଆସେସନ, ଭେଣ୍ଡର ପ୍ରମୁଖ ଉପସ୍ଥିତ ରହି ସ୍ୱଗଣନା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ପ୍ରଶିକ୍ଷକ ଭାବେ ଚିନ୍ମୟ ଦତ୍ତ ପାଢ଼ୀ, ସତ୍ୟପ୍ରକାଶ ସ୍ୱାଇଁ, ସୋମ୍ୟ ରଞ୍ଜନ ନାୟକ,ସୀତାକାନ୍ତ ମଲ୍ଲିକ ସ୍ୱଗଣନା କରିଥିଲେ