ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା
ଲଇକେରା, ୩୦/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ଅଧିନସ୍ଥ ଝାରମୁଣ୍ଡା ପଞ୍ଚାୟତ ବରିହାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ପଟେଲ ଏବଂ ଲକ୍ଷ୍ମଣ କିସାନଙ୍କୁ ସ୍କୁଲ ପକ୍ଷରୁ ଅବସରକାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି ।ଶିକ୍ଷକ ସୁନିଲ କୁମାର ପଟେଲଙ୍କ ସଭାପତିତ୍ତ୍ୱରେ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହିରଣ୍ୟ ରୋହିଦାସ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ମୂଖ୍ୟବକ୍ତା ଭାବେ ଶିକ୍ଷା ବିଭାଗ କିରାଣୀ ରମାକାନ୍ତ ଶବର, ସମ୍ମାନୀତ ଅତିଥି ଭାବରେ ଶିକ୍ଷକ ସଂଘ ସଭାପତି ଶଶିକାନ୍ତ ନାଏକ, ସ୍କୁଲ କମିଟୀ ସଭାପତି ସୁମନ ବଳୁଆ,ସିଆରସିସି ଚୂଡାମନ ନାଏକ ଯୋଗଦେଇ ପୁଷ୍ପଗୁଚ୍ଛ, ଉପଢୈାକନ ଦେଇ ସମ୍ୱର୍ଦ୍ଧନା ଜ୍ଞାପନ କରିବା ସହିତ ତାଙ୍କ କାର୍ଯ୍ୟ ଓ ବିତାଇଥିବା ସମୟର ଅନୁଭୂତି ମତଵ୍ୟକ୍ତ କରିଥିଲେ ।ଶିକ୍ଷକ ଜଗଦିଶ ପଟେଲ,ଆଦିତ୍ୟ ପ୍ରଧାନ,ଜଗଦିଶ ପୃଷେଠ ଦୀର୍ଘ ଜୀବନ କାମନା କରିଥିବା ବେଳେ ଗ୍ରାମବାସୀ,ସ୍କଲ ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ରହି ସମ୍ୱର୍ଦ୍ଧନା ଦେବା ସହ ଆଦିବାସୀ ନୃତ୍ୟ ପରିବେଷଣ କରି ଵିଦାୟ ଦେଇଥିଲେ ।ଶିକ୍ଷକ ମହେଶ୍ୱର ପଟେଲ,କୃଷ୍ଣଚନ୍ଦ୍ର ପ୍ରଧାନ,ଭେଷଜ ଦିହିରିଆ ସହଯୋଗ କରିଥିଲେ ।ଶିକ୍ଷକ ଦିବ୍ୟଶଙ୍କର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।
~~~~°ନବଦୂତ ନ୍ୟୁଜ°~~~~