ତେରେସିଂହା ବିରାଟ ପର୍ବ: ଦ୍ବିତୀୟ ରଜନୀ ରେ ମଲ୍ଲ ବଧ ଓ ବ୍ୟାଘ୍ର ଯୁଦ୍ଧ ନାଟକ ମଞ୍ଚସ୍ଥ
କର୍ଲାମୁଣ୍ଡା, ୧୭/୦୪ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ରାଧାବଲ୍ଲଭ ନାଟ୍ୟ ସଂସଦ, ତେରେସିଂହା ଆନୁକୁଲ୍ୟରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହେଇଥିବା ବିରାଟ ପର୍ବ ନାଟ୍ୟ ମହୋତ୍ସବର ଦ୍ବିତୀୟ ରଜନୀରେ ମଲ୍ଲ ବଧ ଓ ବ୍ୟାଘ୍ର ଯୁଦ୍ଧ ନାଟକ ମଞ୍ଚସ୍ଥ ହୋଇଥିଲା । ମଞ୍ଚସ୍ଥ ନାଟକରେ ବିରାଟ ଭୂମିକାରେ ଦୁର୍ବାସା ରଣା, ରାଣୀ କ୍ଷୀରସାଗର ରଣା, ଯୁଧୁଷ୍ଠିର କୌଶିକ ରଣା, ଭୀମ ଡମ୍ବରୁଧର ରଣା, ଦ୍ରୌପଦୀ ସନ୍ତୋଷ ରଣା, ଦୂତ ଇନ୍ଦ୍ରମଣି ରଣା, ମଲ୍ଲ ମିନକେତନ ରଣା, ଶବର ଧନୁର୍ଯ୍ୟ ରଣା, ବ୍ୟାଘ୍ର ଚୈତନ୍ୟ ରଣା, ଅଗସ୍ତି ବୈଲୁଚନ ରଣା, ସଖୀ କଳାକାହୁ ରଣା, ଦେବାଶିଷ ରଣାଙ୍କ ସମେତ ଅନେକ କଳାକାର ଅଭିନୟ କରିଥିଲେ । ଏହି ଅବସରରେ ଅଞ୍ଚଳର ବରିଷ୍ଠ ସଙ୍ଗୀତଜ୍ଞ ହରିହର ରଣା, ତ୍ରିନାଥ ରଣା, ଭୁବନେ ରଣା, ଭରତ ରଣା ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ବିଭିନ୍ନ ବିଭାଗରେ କୃଷ୍ଣଚନ୍ଦ୍ର ରଣା, ସମ୍ବାରୁ ରଣା, ପୁରାଣ ପଣ୍ଡା ନିର୍ମଳ ରଣା, ନମିତ ରଣା, ଟଙ୍କଧର ରଣା, ସୁରଥ ରଣା, ଯାଦୁ ରଣା, ବିରଞ୍ଚି ରଣା, ଜଗବନ୍ଧୁ ରଣା, ପ୍ରହଲ୍ଲାଦ ରଣା, ଗୋପାଳ ରଣା, ଟିକେରାମ ରଣା, ବିଶ୍ବାମିତ୍ର ରଣା ପ୍ରମୁଖ ସହଯୋଗ କରିଥିଲେ ।