Hot Posts

6/recent/ticker-posts

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ।

ଜୟପୁର,୧୭।୪ ( ଏ. ଭେଙ୍କଟ ରାଓ ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଜୟନ୍ତୀ ପାଳନ କରାଯାଇଛି। ସହରର ଥାନା ସମ୍ମୁଖରେ ସ୍ଥାପିତ ହୋଇଥିବା ସ୍ୱର୍ଗତ ବିଜବାବୁଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ପୌର ପରିଷଦ ଉପାଧ୍ୟକ୍ଷା ବି ସୁନିତା, ପୂର୍ବତନ ପୌର ଉପାଧ୍ୟକ୍ଷ ମୁନା ରଥ, ବିଜୁ ସ୍ମୁତି କମିଟିର ସଭାପତି ବାଲା ରାଇ, ବିଧାୟକ ପ୍ରାର୍ଥୀ ନାଗରାଜ ଦୋରା, ଶିବ ପଟ୍ଟନାୟକ, ରାଜା ପାଢ଼ୀ, କୁନି ଅଧିକାରୀ, ବାବୁ ବିଶୋଇ, ଦେବ ଚୌଧୁରୀ, ଆର ପଦ୍ମା, ପଦ୍ମା ରେଡ୍ଡୀ,ସୁଶିଲ ପଟ୍ଟନାୟକ, ବୁଡୁ ମହାପାତ୍ର, ଧନ ଖରା, ମାଧବ ରଥଙ୍କ ସହ ବିଜୁ ଜନତା ଦଳର କର୍ମୀ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ଆୟୋଜିତ ଏକ ସଭାରେ ସ୍ମୁତି ଚାରଣ କରିଥିଲେ।