Hot Posts

6/recent/ticker-posts

ପ୍ରଶାସନ ନ ଶୁଣିବାରୁ ପଡିଆ ନିର୍ମାଣ ପାଇ ହାତ ବଢ଼େଇଲେ ଗ୍ରାମବାସୀ ,

ଝରିଗାଁ, ୩୦/୦୪ ( ନକୁଲ ଭତ୍ରା ) : ଖେଳ ପଡିଆ ନିମନ୍ତେ ଦୀର୍ଘ ବର୍ଷ ଧରି ବ୍ଲକ ପ୍ରଶାସନିକ ଅଧିକାରିଙ୍କୁ ଜଣାଇ ଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନିକ ଅଧିକାରୀ ନ ଶୁଣିବାରୁ ବାଧ୍ୟ ହୋଇ ଖେଳ ପଡିଆ ନିର୍ମାଣ ପାଇଁ ହାତ ବଢେଇଛନ୍ତି ଗ୍ରାମବାସୀ | ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ବକଡାବେଡା ପଂଚାୟତ ସଦର ମହକୁମା ଠାରେ | ଗ୍ରାମରେ ଦୁଇଟି ସରକାରୀ ସ୍କୁଲ ରହିଥିବା ବେଳେ ଦୀର୍ଘ ଦିନ ଧରି ପ୍ରଶାସନିକ ଅଧିକାରୀଙ୍କୁ ଖେଳ ପଡିଆ ନିମନ୍ତେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କର୍ଣ୍ଣପାତ ନଦେବାରୁ ଗ୍ରାମବାସୀ ବାଧ୍ୟ ହୋଇ ଖେଳ ପଡିଆ ନିର୍ମାଣ ପାଇଁ ହାତ ବଢେଇଥିବା ବେଳେ ପଡିଆ ମଧ୍ୟରେ ଥିବା ଛୋଟ ବଡ଼ ଗର୍ତକୁ ମାଟି ପଖାଇ ଲେବୁଲିଙ୍ଗ କରୁଥିବା ଦେଖିବାକୁ ମିଳିଛି | ବକଡାବେଡା ପଂଚାୟତ ହେଡକ୍ୱାଟର ଗାଁ ହୋଥିଲେ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଗାଁରେ ନାହିଁ ଖେଳ ପଡିଆ ଖେଳିବା ପାଇଁ ସରକାର ଖେଳ ସାମଗ୍ରୀ ଯୋଗାଇ ଦେଉଥିଲେ ମଧ୍ୟ ପଡିଆ ନଥିବା ଯୋଗୁଁ ସରକାରଙ୍କ ଖେଳ ସାମଗ୍ରୀ ଖତ ପାଲଟୁଛି | ଏପଟେ ଗ୍ରାମବାସୀଙ୍କ ଅଭିଯୋଗ ହେଉଛି ଯେ ଗାଁରେ ଖେଳ ପଡିଆ ନଥିବା ହେତୁ ଗାଁର ଯୁବକ ମାନଙ୍କୁ ଅନ୍ୟତ୍ର ଗାଁ ପଡିଆରେ ଯାଇ କ୍ରିକେଟ,ପୁଟବୋଲ ବୋଲି ଖେଳ ପ୍ରାକ୍ଟିସ କରିବାକୁ ପଡୁଛି ବୋଲି ଅଭିଯୋଗ ହେଉଛି | ଅନେକ ନେତାମାନ୍ତ୍ରୀ, ସରକାରୀ ବାବୁ ପ୍ରତିଶୃତି ଦେଇ ଚାଲିଛନ୍ତି | ପଂଚାୟତ ଅଧିକାରୀଙ୍କ ଠାରୁ ବ୍ଲକ ପ୍ରଶାସନ ପ୍ରଯନ୍ତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ | ସାତମାସ ତଳେ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବାରୁ ମାସେ ଭିତରେ ପଡିଆ କାମ ଆରମ୍ଭ ହେବ କହି ଚୁପ୍ ରହିଗଲେ ବୋଲି ଗ୍ରାମବାସୀ କହିଛନ୍ତି| ଏବେ ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବେ ତାହା ଦେଖିବାକୁ ବାକି ରହିଲା|