ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ
ବରୀ, ୧୮/୦୪ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ସାହସପୁର ପଞ୍ଚାୟତର ଡ଼ଅଁରକୂଳ ଗ୍ରାମ ଠାରେ ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ ୩ ଦିନ ଧରି ପାଳିତ ହେlଇଅଛି l ଏହି ଅବସର ରେ ପ୍ରଥମ ଦିବସର ରେ କଳସଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ସନ୍ଧ୍ୟା ରେ ଭଜନ ସନ୍ଧ୍ୟା ସାଙ୍ଗ କୁ ଚଣ୍ଡୀଯଜ୍ଞ ସହିତ ପୂର୍ଣ୍ଣାହୂତି ଅନୁଷ୍ଠିତ ହେଇଛି l ଆଖପାଖ ଅଞ୍ଚଳ ରେ ବହୁ ଶ୍ରଦ୍ଧାଳୁ ଭକ୍ତ ରୁଣ୍ଡ ହେଇ ହନୁମାନ ଜୀଉ ଙ୍କ ଆଶ୍ରିବଚନ ଲାଭ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବିଶ୍ୱହିନ୍ଦୁ ପରିଷଦ, ଵଜରଙ୍ଗ ଦଳ ଡ଼ଅଁରକୂଳ ଶାଖା ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ପାଳିତ ହେଇଥିଲା l