କଳାହାଣ୍ଡି ନୂଆପଡା ଜିଲ୍ଲାରେ ଜନଜାତି ପର୍ଯ୍ୟଟନ ବିକାଶ ପାଇଁ ସ୍ମାରକ ପତ୍ର
କର୍ଲାମୁଣ୍ଡା, ୧୮/୦୪ (ସୁଶାନ୍ତ ରଣା) : କଳାହାଣ୍ଡି ନୂଆପଡା ଜିଲ୍ଲାରେ ଜନଜାତି ପର୍ଯ୍ୟଟନ ବିକାଶ ପାଇଁ ଶ୍ରୀ ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ବିକଶିତ କଳାହାଣ୍ଡି ନୂଆପଡା ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ନିଆଲ ଜିଲ୍ଲାପାଳ କଳାହାଣ୍ଡିଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହାର ପ୍ରତିଲିପି ଭାରତର ପ୍ରଧାନ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ଆଦିବାସୀ ମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବ ଓଡିଶାଙ୍କୁ ପ୍ରଦାନ କରିଛନ୍ତି । ଜନଜାତି ପର୍ଯ୍ୟଟନ ହେଉଛି ପର୍ଯ୍ୟଟନର ଏକ ବିଶେଷ ଦୁଆର ଏହା ସାଂସ୍କୃତିକ ଯାତ୍ରା ଭାବେ ପର୍ଯ୍ୟଟକମାନଙ୍କୁ ଜନଜାତିଙ୍କ ନିଆରା ଜୀବନଶୈଳୀ, ପରମ୍ପରା, ସଂସ୍କୃତି ଓ କଳା ସହିତ ପରିଚିତ କରାଇଥାଏ । ପର୍ଯ୍ୟଟକମାନଙ୍କୁ ଭିନ୍ନ ଏକ ଅନୁଭବ ପ୍ରଦାନ କରିଥାଏ । ଅତିନିକଟରୁ ସେମାନେ ଆଦିବାସୀମାନଙ୍କ ଜୀବନର ଅନନ୍ୟତାକୁ ଅନୁଭବ କରିବାର ସୁଯୋଗ ପାଇଥାନ୍ତି । ଜିଜ୍ଞାସୁ ଓ ଅନ୍ତର୍ମୁଖୀମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ ଦେଇଥାଏ । ଜନଜାତି ଗ୍ରାମ, ହାଟ, ଯାତ୍ରା, ମେଳଣ ଆଦି ଭ୍ରମଣ ବ୍ୟତୀତ ସେମାନଙ୍କ ଭାଷା, ଖାଦ୍ୟ, ଗୀତ, ସଙ୍ଗୀତ, ବିଭିନ୍ନ ପରମ୍ପରା ଏବଂ ସଂସ୍କୃତି ସହ ପରିଚିତ ହେବା; ଆଦିବାସୀ ଦେବତା, ପୂଜା ପଦ୍ଧତି ଆଦି ଦେଖିବା, ସେମାନଙ୍କର ପୋଷାକ ପରିପାଟୀ, ପରିଧାନ, ଅଳଙ୍କାର, ଖାଦ୍ୟ, ଗୀତ, ସଙ୍ଗୀତ ବିଭିନ୍ନ ପରମ୍ପରା ଏବଂ ସଂସ୍କୃତି ସହ ପରିଚିତ ହେବା ଆଦିବାସୀ ଦେବତା ପୂଜା ପଦ୍ଧତି ଆଦି ଦେଖିବା ସେମାନଙ୍କ ପୋଷାକ ପରିପାଟୀ, ପରିଧାନ, ଅଳଙ୍କାର, ଖାଦ୍ୟ, ବାଦ୍ୟଯନ୍ତ୍ର, କାନ୍ଥଚିତ୍ର କଳା, ହସ୍ତଶିଳ୍ପ, ପର୍ଯ୍ୟଟନର ଆଦି ଏହି ଅନ୍ତର୍ଭୁକ୍ତ । ଓଡିଶାର ଆଦିବାସୀ ସମ୍ପ୍ରଦାୟ ବିଶେଷ କରି କେବିକେ, କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ପର୍ଯ୍ୟଟନ ପରିଚାଳନା ମାଧ୍ୟମରେ ଏକ ସ୍ଥାୟୀ ବିକାଶ ସୁନିଶ୍ଚିତ କରାଯାଇପାରିବ ବୋଲି ସ୍ମାରକପତ୍ରରେ ନିବେଦନ କରାଯାଇଅଛି । ଏଥରେ ପର୍ଯ୍ୟଟନର ସାମାଜିକ ଓ ଅର୍ଥନୈତିକ ପ୍ରଭାବର ଆକଳନ ସହିତ ଆଦିବାସୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଥିବା ପ୍ରଚଳିତ ନୀତି, ଯୋଜନା ଏବଂ କାର୍ଯ୍ୟକ୍ରମ ଗୁଡିକର ପ୍ରଭାବଶାଳିତାକୁ ଆକଳନ କରିବା, ଦକ୍ଷତା ବିକାଶ ଏବଂ ସାମର୍ଥ୍ୟ ବୃଦ୍ଧି, ସ୍ଥାୟୀ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଏବଂ ଦୀର୍ଘକାଳୀନ ସ୍ଥିରତା ମାପିବା ସହ ଦାୟୀତ୍ୱବାନ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ନୀତିଗତ ନିର୍ଦ୍ଦେଶାବଳୀ ଏବଂ କାର୍ଯ୍ୟ ଯୋଜନା ପ୍ରଦାନ କରିବା ଯାହା ପରିବେଶ ଏବଂ ସାଂସ୍କୃତିକ ସ୍ଥିରତା ବଜାୟ ରଖିବା ସହିତ ଆଦିବାସୀ ସମ୍ପ୍ରଦାୟକୁ ସାମଗ୍ରୀକ ବିକାଶ ସୁନିଶ୍ଚିତ କରିପାରିବ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ୱାଲଡ୍ ଲାଇଫ୍, ଜାକମ, ରାବଣଧାରା, ଫୁରଲି ଝରଣ, ଡୋକରୀ ଚଞ୍ଚରା, ଇନ୍ଦ୍ରାବତୀ ଡ୍ୟାମ ଏବଂ ଭଜରଗଡ ଜଳପ୍ରପାତ ଏବଂ ନୂଆପଡା ଜିଲ୍ଲାର ସୁନାବେଡା ୱାଲଡ୍ ଲାଇଫ୍, ପାତାଳ ଗଙ୍ଗା, ପତୋରା, ଗଉପକା ଗଙ୍ଗା ଏବଂ ତିଖାଲି ଡ୍ୟାମରୁ ଜନଜାତି ପର୍ଯ୍ୟଟନ ବିକାଶ ଏଜେଣ୍ଡାରେ ସାମିଲ କରାଯାଇପାରେ ।