ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ
ରାୟଗଡ଼ା, ୧୯/୦୫ ( ଭି. ଗୌରି ଶଙ୍କର ରାଓ ) : ଆଜି, ତାରିଖ ୧୯/୦୪/୨୦୨୬, *ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି* ଏକ ଗରିମାମୟ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀଙ୍କୁ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଳ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଜଗନ୍ନାଥ ସାରକା, ପୂର୍ବତନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀ ଯୁକ୍ତ ସୁଧୀର କୁମାର ଦାସ, ରାୟଗଡ଼ା ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ଅନୁସୟା ମାଝି, ଗୁଣପୁର ବିଧାୟକ ଶ୍ରୀ ଯୁକ୍ତ ରଘୁନାଥ ଗୋମଙ୍ଗୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସରସ୍ୱତୀ ମାଝି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ପି. ଗୌରୀ ଶଙ୍କର ରାଓ, ରାୟଗଡ଼ା ବାର ଆସୋସିଏସନ୍ ସଭାପତି ଶ୍ରୀ ଯୁକ୍ତ ବ୍ରଜ ସୁନ୍ଦର ନାୟକ, ଜିଲ୍ଲା ଉପସଭାପତି ଶ୍ରୀ ଅଶ୍ୱିନୀ ଗୋମାଙ୍ଗୋ ସହ ଜିଲ୍ଲାର ସମସ୍ତ ବ୍ଲକ୍ ସଭାପତି, ସମ୍ପାଦକ, ଉପସଭାପତି ଏବଂ ବହୁ ସଂଖ୍ୟକ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ। ଏବଂ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୋସିଆଲ ମିଡ଼ିଆ coordinator ଶ୍ରୀ ଯୁକ୍ତ ପୋଟନୁରୁ ମଣିରତ୍ନମ୍ମ ପରିଚାଳନା କରୁଥିଲେ। ବୈଠକରେ ସମସ୍ତ ନେତୃବୃନ୍ଦ ନିଜ ନିଜ ମତାମତ ଓ ଭାଷଣ ମାଧ୍ୟମରେ ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନକୁ କିପରି ଆହୁରି ସୁଦୃଢ଼ କରାଯିବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ କିପରି ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରାଯିବ ସେଥିପାଇଁ ଗଭୀର ଆଲୋଚନା କରାଯାଇଥିଲା। ଏହି ବୈଠକ ଦଳୀୟ ଏକତା, ସଂଗଠନ ଶକ୍ତିବର୍ଦ୍ଧନ ଓ ଆଗାମୀ ଦିନର ଦୃଢ଼ ଯୋଜନା ପାଇଁ ଏକ ନୂତନ ଦିଗ ଦେଖାଇଥିଲା।