Hot Posts

6/recent/ticker-posts

ଭାରତମାଳା ପ୍ରକଳ୍ପ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ

ଝରିଗାଁ, ୨୦/୦୪ (ନକୁଲ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ପଞ୍ଚାୟତ ସଦର ମହକୁମା ସ୍ଥିତ ଅଲେଖ ମହିମା କଲେଜ ରେ ଆଜି ଭାରତମାଲା ପ୍ରକଳ୍ପ ପରିଯୋଜନା ଅନ୍ତର୍ଗତ କର୍ପୋରେଟ ସାମାଜିକ ଦାୟିତ୍ଵବୋଧରେ ଛାତ୍ରୀଙ୍କ ପାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଧୋଡ୍ରା ଅଲେଖ ମହିମା କଲେଜ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଝରିଗାଁ ବିଧାୟକ ନରସିଂହ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୯୩ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ | କେନ୍ଦ୍ର ସରକାରଙ୍କ ବେଟି ବଛାଅ ବେଟି ପଡାଅ ଯୋଜନା ସଫଳ ରୂପାୟନ ସରୂପ ପ୍ରତ୍ୟେକ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟ ଅଭିମୁଖି କରି ଆତ୍ମବିଶ୍ବାସ ବୃଦ୍ଧି ସହ ଶିକ୍ଷା ସମାନତା ସଶକ୍ତି କରଣ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ବିଧାୟକ ନରସିଂହ ଭତରା ମତ ବ୍ୟକ୍ତ କରିଥିଲେ | ଅଲେଖ ମହିମା କଲେଜର ଅଧ୍ୟକ୍ଷ ବିବେକାନନ୍ଦ ବାରିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକର୍ମରେ ପ୍ରୋଜେକ୍ଟ ଡାଇରେକ୍ଟର NHAI ପ୍ରକାଶ କୁମାର,ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ବରୁଣ କୁମାର ,adhani ଗ୍ରୁପ ମେମ୍ବର ଅମିତେଶ shinha,oraginer ପ୍ରମଦ କୁମାର ତ୍ରିପତି,କଲେଜ ସେକ୍ରେଟାରୀ କେଦାରେଶ୍ୱର ପଟ୍ଟନାୟକ,ପ୍ରମୁଖ ଉପସ୍ଥିତ ଥିଲେ |