ତେରେସିଂହା ବିରାଟ ପର୍ବ: ଗୋଧନ ହରଣ ଓ ଅର୍ଜୁନ ଙ୍କ ଦଶନାମ ମଞ୍ଚସ୍ଥ
କର୍ଲାମୁଣ୍ଡା, ୨୦/୦୪ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ରାଧାବଲ୍ଲଭ ନାଟ୍ୟ ସଂସଦ, ତେରେସିଂହା ଆନୁକୁଲ୍ୟରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହେଇଥିବା ବିରାଟ ପର୍ବ ନାଟ୍ୟ ମହୋତ୍ସବର ପଞ୍ଚମ ରଜନୀରେ ଗୋଧନ ହରଣ ଓ ଅର୍ଜୁନ ଙ୍କ ଦଶନାମ ନାଟକ ମଞ୍ଚସ୍ଥ ହୋଇଥିଲା । ମଞ୍ଚସ୍ଥ ନାଟକରେ ବିରାଟ ଭୂମିକାରେ ଦୁର୍ବାସା ରଣା, ରାଣୀ କ୍ଷୀରସାଗର ରଣା, ଯୁଧୁଷ୍ଠିର କୌଶିକ ରଣା, ଭୀମ ଲିକୁ ରଣା, ଦ୍ରୌପଦୀ ସୌରଭ ରଣା, ଅର୍ଜୁନ ସୁଶାନ୍ତ ରଣା, ଉତ୍ତରାକୁମର ସୁରଥ ରଣା, ଦୁର୍ଯ୍ୟୋଧନ ବସୁ ରଣା, ତ୍ରିଗତ ରତିକାନ୍ତ ରଣା, ଶକୁନି ବିଜୟ ରଣା, ସଖୀ କଳାକାହ୍ନୁ ରଣା, ଦେବାଶିଷ ରଣାଙ୍କ ସମେତ ଅନେକ କଳାକାର ଅଭିନୟ କରିଥିଲେ । ଏହି ଅବସରରେ ଅଞ୍ଚଳର ବରିଷ୍ଠ ବଂଶୀ ବାଦକ ତଥା ସଙ୍ଗୀତଜ୍ଞ ହରିହର ରଣା, ତ୍ରିନାଥ ରଣା, ଭୁବନେ ରଣା, ଭରତ ରଣା ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ମଞ୍ଚସ୍ଥ ନାଟକରେ ପୁରାଣ ପଣ୍ଡା ନିର୍ମଳ ରଣା, କେସିଓ ମାଷ୍ଟର କୃଷ୍ଣଚନ୍ଦ୍ର ରଣା, ମୃଦଙ୍ଗ ବାଦକ ସମ୍ବାରୁ ରଣା ଓ ଟଙ୍କଧର ରଣା, ଯାଦୁ ରଣା, ବିରଞ୍ଚି ରଣା, ଜଗବନ୍ଧୁ ରଣା ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ପୁରନ୍ଦର ରଣା ଓ ସମ୍ପାଦକ ସୁଶାନ୍ତ ରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ନାଟକର ବିଭିନ୍ନ ବିଭାଗରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।